ଆଜି ଦେଶରେ ୧୪ ହଜାର ୧୪୬ ଆକ୍ରାନ୍ତ ଚିହ୍ନଟ ୧୪୪ ମୃତ

ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୧୪୬ ଆକ୍ରାନ୍ତ ଚିହ୍ନଟ, ୧୪୪ ମୃତ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୨ ହଜାର ୧୨୪କୁ ବୃଦ୍ଧି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୬୭ ହଜାର ୭୧୯ । ରାଜ୍ୟରେ ଦିନକରେ ଆଉ ୪୪୩ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ । ସଂଗରୋଧରୁ ୨୫୮ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ରୋଗୀ ଚିହ୍ନଟ ।
୪୪୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୫ ଜଣ । ରାଜ୍ୟରେ ଦିନକରେ ଆଉ ୪୪୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୨୪୩, କଟକରୁ ୨୭, ମୟୂରଭଞ୍ଜ ୨୦, ବାଲେଶ୍ବର ୧୪, ପୁରୀ ୧୩, ଯାଜପୁର ୧୧, ସୁନ୍ଦରଗଡ଼ ୧୧, କେନ୍ଦ୍ରାପଡ଼ା ୧୦, ଜଗତସିଂହପୁର ୭, ସମ୍ବଲପୁର ୬, ଭଦ୍ରକ ୫, କୋରାପୁଟ ୪, ନୟାଗଡ଼ ୪, ବଲାଙ୍ଗିର ୩, ବରଗଡ଼ ୨, ରାୟଗଡ଼ା ୨, ଅନୁଗଳ ୧, ଗଞ୍ଜାମ ଏବଂ କଳାହାଣ୍ଡି ଜିଲ୍ଲାରୁ ବି ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । କଟକ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ ।

Leave a Reply

Your email address will not be published. Required fields are marked *