ମଣିପୁରର ରାଜଧାନୀ ଇମ୍ଫାଲରୁ ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ଆସି ପହଞ୍ଚିଛି। ଏହି ସ୍ୱତନ୍ତ୍ର ବିମାନରେ ୧୩୮ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ପ୍ରବାସୀମାନଙ୍କର ମଧ୍ୟରେ ଶ୍ରମିକ ଓ ଛାତ୍ରଛାତ୍ରୀମାନେ ଅଛନ୍ତି। ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଯିବେ।