ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୯୬ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୯୬ ଆକ୍ରାନ୍ତ ଚିହ୍ନଟ, ୧୬୬ ମୃତ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୨ ହଜାର ୨୯୦କୁ ବୃଦ୍ଧି । ୧ ଲକ୍ଷ ୮୯ ହଜାର ୬୯୪ ଏବେ ବି ଚିକିତ୍ସାଧୀନ । ରାଜ୍ୟରେ ଆଉ 5 ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ସୁନ୍ଦରଗଡ଼ରୁ ସର୍ବାଧିକ ୨ ଆକ୍ରାନ୍ତଙ୍କ ମୃତ୍ୟୁ । ବରଗଡ଼, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୁ ଜଣ ଜଣେ ଲେଖାଏଁ ମୃତ । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୨୯୦କୁ ବୃଦ୍ଧି । ରାଜ୍ୟରେ ଦିନକରେ ଆଉ ୩୪୦ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୧୯୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୧ ରୋଗୀ ଚିହ୍ନଟ, ୧୮ ବର୍ଷରୁ କମ୍‌ ବୟସର ୫୦ ଜଣ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭କୁ ବୃଦ୍ଧି, ୪ ହଜାର ୮୨୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

Leave a Reply

Your email address will not be published. Required fields are marked *