ଈଶ୍ୱର, ପ୍ରକୃତି ଓ ମାନବ ସମାଜ ହେଉଛି ମୋ ସାହିତ୍ୟ ସାଧନାର ପ୍ରେରଣା : ଶକ୍ତି ପ୍ରସନ୍ନ ମହାନ୍ତି

ସେ ଜଣେ ବିଜ୍ଞାନ ଛାତ୍ର କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ରୁଚି ବେଶ ଗଭୀର । ଜଣେ ଯୁବକବି ଭାବେ ସେ ଲେଖନ୍ତି ନିଜର ମନର କଥାକୁ । ଜଣେ ଲେଖକ ହିସାବରେ ତାଙ୍କର ଏହା ମତ ଯେ
“ଯାହା ଆମେ ବିଶ୍ୱାସ କରୁ ତାକୁ ହିଁ ସାହିତ୍ୟର ରୂପ ଦେବା ଉଚିତ” । ସେହି ଯୁବ ସାହିତ୍ୟିକ ହେଉଛନ୍ତି ଶକ୍ତି ପ୍ରସନ୍ନ ମହାନ୍ତି । ବର୍ତ୍ତମାନ ଭୁବନେଶ୍ୱର ନିବାସୀ ଶକ୍ତିଙ୍କ ପିତା ଓ ମାତାଙ୍କ ନାମ ସ୍ବର୍ଗତ ଶ୍ରୀ ଭବାନୀ ମହାନ୍ତି ଓ ସ୍ୱର୍ଗତା ସଂଯୁକ୍ତା ମହାନ୍ତି । ୧୯୭୪ ମସିହାରେ ଜନ୍ମଗ୍ରହଣ କରିଥିବା ଶକ୍ତିଙ୍କ ଲେଖନୀର ମୂଳଦୁଆ ପଡିଥିଲା ନିଜର ସ୍ନାତକ ଅଧ୍ୟୟନ ସମୟରେ । ତା ପରଠୁ ସେ ସାହିତ୍ୟ ସାଧନା କରିଚାଲିଛନ୍ତି ଆଜି ପର୍ଯ୍ୟନ୍ତ । ଶ୍ରୀଯୁକ୍ତ ଶକ୍ତି ପଦାର୍ଥ ବିଜ୍ଞାନରେ ବିଶାରଦ ହୋଇଥିବା ବେଳେ ଏଫ୍ଟିଆଇଆଇରୁ ସାର୍ଟିଫିକେଟ୍ କୋର୍ସ ମଧ୍ୟ କରିଛନ୍ତି । ବର୍ତ୍ତମାନ ଗୀତା ଇଂଜିନିୟରିଂ ମହାବିଦ୍ୟାଳୟରେ ସହାୟକ ପ୍ରାଧ୍ୟାପକ ଅଛନ୍ତି ଏହି ଯୁବକବି ।
ଶକ୍ତିଙ୍କ ସାହିତ୍ୟ ସାଧନାର ପ୍ରେରଣା ହେଉଛନ୍ତି ଈଶ୍ୱର,ପ୍ରକୃତି ଓ ମାନବ ସମାଜ । ଖୁବ୍ ଚେତନାବାଦୀ ଓ ସ୍ପଷ୍ଟବାଦୀ ଅଟନ୍ତି ଶ୍ରୀଯୁକ୍ତ ଶକ୍ତି।ଅଧ୍ୟପନା,ଗୃହସ୍ଥୀ ଓ ସାହିତ୍ୟ ଉଭୟକୁ ଖୁବ୍ ସୁନ୍ଦର ଭାବରେ ତୁଲାଇବା ସହିତ ଟିକେ ନିରୋଳା ସମୟ ପାଇଲେ ସାହିତ୍ୟ ରଚନାରେ ଲଗିପଡନ୍ତି । ଏମିତିକି ଶକ୍ତିଙ୍କ ପରିବାର ତାଙ୍କର ପ୍ରତ୍ୟେକ କୃତିରେ ଖୁସି ଜାହିର୍ କରିଥାନ୍ତି । ଓଡ଼ିଆ,ହିନ୍ଦୀ,ବଙ୍ଗଳା ଓ ଇଂରାଜୀ ଭାଷାରେ ସିଦ୍ଧହସ୍ତ ଏହି ଯୁବକବି । ଗପ,ଉପନ୍ୟାସ ଓ କବିତାରେ ନିପୁଣ ଏହି ଯୁବକବି । ସାହିତ୍ୟ ଜଗତର ବିଶିଷ୍ଟ ଲେଖକ ସୌଭାଗ୍ୟ ମିଶ୍ର,ଦେବଦାସ ଛୋଟରାୟ,ନେରୁ ଦା(ବଙ୍ଗଳା)ଙ୍କୁ ନିଜର ଆଦର୍ଶ ମଣନ୍ତି ଶକ୍ତି ।

ପ୍ରାଧ୍ୟାପକ ଶକ୍ତି ପ୍ରସନ୍ନଙ୍କ କିଛି କୃତି,ପୁରସ୍କାର ଓ ଯୋଗଦେଇଥିବା ସାହିତ୍ୟ ସମ୍ମିଳନୀ ବିଷୟରେ ପଦେ-

କବିତା-ପୁଣିବର୍ଷା,ସୀମାହୀନ,ଏଥର ବୋଲି କିଛି ନାହିଁ ପ୍ରମୁଖ।
ଉପନ୍ୟାସ-ଅର୍ଦ୍ଧସତ୍ୟ,ରେଖା ନଥିବା ଗୋଟେ ହାତ,ସିଲହୁଟିରେ ସକାଳ।
କ୍ଷୁଦ୍ରଗଳ୍ପ-କ୍ୟାସିନୋ(ଟାଇମ୍ ପାସ ପବ୍ଲିକେସନ)

ପୁରସ୍କାର-
କୋଣାର୍କ ସାହିତ୍ୟ ସମ୍ମାନ,ଜଗଦୀଶ ଯୁବ ପୁରସ୍କାର,ବସନ୍ତ ମୁଦୁଲି କବିତା ସମ୍ମାନ,୬୪ ଯୋଗିନୀ ସାହିତ୍ୟ ସମ୍ମାନ ଇତ୍ୟାଦି।

ସମ୍ମିଳନୀ-
ସାହିତ୍ୟ ଏକାଡେ଼ମୀ ଯୁବଲେଖକ ସମ୍ମିଳନୀ-୨୦୧୦ ଦିଲ୍ଲୀ ଓ କଲିକତା।
କଳିଙ୍ଗ ସାହିତ୍ୟ ଉତ୍ସବ-୨୦୧୬(ବକ୍ତା),ଉତ୍କଳ ସାହିତ୍ୟ ଉତ୍ସବ-୨୦୧୬(ବକ୍ତା),ଭୁବନେଶ୍ୱର କବିତା ଉତ୍ସବ ୨୦୧୨ (ବକ୍ତା),
ସାହିତ୍ୟ ଏକାଡେ଼ମୀ କର୍ମଶାଳା(ଆବିଷ୍କାର) ୨୦୧୩-ଆସାମ
ଓଡ଼ିଶା ସାହିତ୍ୟ ଉତ୍ସବ ୨୦୧୯ ଦ ନିୟୁ ଇଣ୍ଡିଆନ ଏକ୍ସପ୍ରେସ-ବକ୍ତା

ଭବିଷ୍ୟତରେ ସାହିତ୍ୟ କ୍ଷେତ୍ରକୁ ଆସୁଥିବା ଯୁବପିଢ଼ିଙ୍କୁ ଲେଖକ ଶକ୍ତି ପ୍ରସନ୍ନ ଏହା ଉପଦେଶ ଦେବାକୁ ଚାହାନ୍ତି ଯେ “ଲେଖା ଅପେକ୍ଷା ଅଧ୍ୟୟନକୁ ଜୋର ଦେବା ସହିତ ସର୍ବଦା ଲେଖାରେ ସଚ୍ଚୋଟତା ରହିବା ଆବଶ୍ୟକ”।

Leave a Reply

Your email address will not be published. Required fields are marked *