ମମିତା କୁଆଡେ ଗଲେ, ମାଟି ଖୋଳା ଆରମ୍ଭ

ମାଜିଷ୍ଟ୍ରେଟଙ୍କ ସହ ୨ପ୍ଲାଟୁନ ଫୋର୍ସ ମୁତୟନ । ମମିତାଙ୍କୁ ମାରି ପୋତି ଦିଆଯାଇଥିବା ନେଇ ବଢୁଛି ସନ୍ଦେହ । ଷ୍ଟାଡିୟମରେ ପହଞ୍ଚିବାକୁ ପରିବାର ଲୋକଙ୍କୁ ଦିଆଗଲା ଖବର । କୁଆଡେ ଗଲେ ମହାଲିଙ୍ଗ ସନସାଇନ କଲେଜ ଅଧ୍ୟକ୍ଷା ମମିତା ମେହେର । ଏନେଇ ତଦନ୍ତ ଚାଲିଥିବା ବେଳେ ସ୍କୁଲ ଷ୍ଟାଡିୟମ୍ ପରିସରକୁ ସିଲ୍ କରିଛି ପୁଲିସ । କାରଣ ତାଙ୍କୁ ମାରି ପୋତି ଦିଆଯାଇଥିବା ନେଇ ସନ୍ଦେହ ବଢ଼ୁଛି । ଏଥିପାଇଁ ସ୍କୁଲ ପରିସରରେ ମାଟି ଖୋଳିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ଜେସିବି ମେସିନ୍ ମଧ୍ୟ ଅଣା ଯାଇଥିବା ସୂଚନା ମିଳିଛି । ସ୍କୁଲ ପରିସରରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଅଛନ୍ତି । କଳାହାଣ୍ଡି ଘରୋଇ ସ୍କୁଲ ମମିତା ମେହେର ନିଖୋଜ ମାମଲା ଅଧିକ ଅଧିକ ରହସ୍ୟମୟ ହେବାରେ ଲାଗିଛି । ଅନ୍ୟପଟେ ସାମନାକୁ ଅଡିଓ ଟେପ୍ ଆସିବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ମାଲିକାନାରେ ଥିବା କଲେଜ ପ୍ରିନ୍ସପାଲଙ୍କୁ ପଚରାଉଚୁରା କରିଛି ପୋଲିସ । ଅଡିଓରେ କୁହାଯାଉଥିବା ସିକ୍ରେଟ ଚାମ୍ବରର ସତ କ’ଣ ସେ ନେଇ ପଚରାଉଚୁରା କରିଥିବା ସୂଚନା ମିଳିଛି । ମାଲିକ ଗୋବିନ୍ଦ ସାହୁ ଫେରାର ଥିବା ବେଳେ ଛାନଭିନ ଜାରି ରଖିଛନ୍ତି କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ।

Leave a Reply

Your email address will not be published. Required fields are marked *