୩ ଲୋକସଭା ଓ ୨୯ଟି ବିଧାନସଭା ଆସନରେ ଉପନିର୍ବାଚନ

ଦେଶରେ ୩ଟି ଲୋକସଭା ଏବଂ ୨୯ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ।ହିମାଚଳପ୍ରଦେଶର ମଣ୍ଡି, ମଧ୍ୟପ୍ରଦେଶର ଖଣ୍ଡୱା ଏବଂ ଦାଦ୍ରା ଓ ନଗର ହାଭେଳି । ୩ଟି ଯାକ ଆସନ ସାଂସଦଙ୍କ ପରଲୋକ ପରେ ଖାଲି ପଡ଼ିଥିଲା। ଆସାମର ୫, ପଶ୍ଚିମବଙ୍ଗର ୪, ମଧ୍ୟପ୍ରଦେଶ ୩, ହିମାଚଳପ୍ରଦେଶ ୩, ମେଘାଳୟ ୩, ବିହାର ୨, ରାଜସ୍ଥାନ ୨, କର୍ଣ୍ଣାଟକ ୨, ଆନ୍ଧ୍ରପ୍ରଦେଶ ୧, ହରିୟାଣା ୧, ମହାରାଷ୍ଟ୍ର ୧, ମିଜୋରାମ ୧, ତେଲଙ୍ଗାନାରେ ବି ଗୋଟିଏ ଆସନରେ ମତଦାନ ଜାରି। ନଭେମ୍ବର ୨ ତାରିଖରେ ଭୋଟ ଗଣତି ହେବ ।

Leave a Reply

Your email address will not be published. Required fields are marked *