ନିର୍ବଚନ ମଇଦାନକୁ ଓହ୍ଲାଇବେ ରିଲ୍‌ରୁ ରିଅଲ୍‌ ହିରୋ ପାଲଟିଥିବା ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଲୀ: ଏଥର ନିର୍ବଚନ ମଇଦାନକୁ ଓହ୍ଲାଇବେ ରିଲ୍‌ରୁ ରିଅଲ୍‌ ହିରୋ ପାଲଟିଥିବା ସୋନୁ ସୁଦଙ୍କ ଭଉଣୀ। ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ଭଉଣୀ ମାଲବିକା ସୁଦ୍‌। ଏନେଇ ଆଜି ନିଜେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଅଭିନେତା ସୋନୁ। ତେବେ ସେ କେଉଁ ଦଳ ତରଫରୁ ନିର୍ବଚାନ ଲଢ଼ିବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ସୋନୁ ଏ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ରାଜଧାନୀ ଚଣ୍ଡିଗଡଠାରୁ ୧୭୦ କିଲୋମିଟର ଦୂର ମୋଗାରେ ସାମ୍ବାଦିକ ମମ୍ମିଳନୀ କରି ସୋନୁ ଏହି କଥା କହିଛନ୍ତି।ନିକଟରେ ସୋନୁ ସୁଦ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭେଟିଥିଲେ। ତେବେ ସୋନୁଙ୍କ ଭଉଣୀ କଂଗ୍ରେତ ତରଫରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶା କରାଯାଉଛି। ସୂଚନା ମୁତାବକ, କରୋନା ମହାମାରୀ ଓ ଲକଡାଉନ୍‌ ବେଳେ ସୋନୁ ଲୋକଙ୍କ ପାଇଁ ସାଜିଥିଲେ ରିଆଲ୍‌ ହିରୋ। ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ପ୍ରବାସୀ ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ଘରକୁ ପହଞ୍ଚାଇବା ପାଇଁ ବ୍ୟସ୍ଥା କରିଥିଲେ। ସେହି ହସ୍ପିଟାଲରେ ବେଡ୍‌ ଯୋଗଡା କରିବା ଠାରୁ ଆରମ୍ଭ କରି ଅକ୍ସିଜେନ ଯାଏଁ ସବୁ କିଛି ସେ ତାଙ୍କ ଟିମ୍‌ ଯୋଗଡ କରିବା ପାଇଁ ଆଗେଇ ଆସିଥିଲେ। କୋଭିଡ ସମୟରେ କରିଥିବା କାମ ପାଇଁ ଅଭିନେତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଥିଲା।

Leave a Reply

Your email address will not be published. Required fields are marked *