୭ ମାସ ତଳେ କରିଥିଲେ ବିବାହ ; ଆଜି ସର୍ଭିସ୍ ରିଭଲଭରରୁ ଗୁଳି କରି ଜୀବନ ହାରିଲେ ଯବାନ

ମାଲକାନଗିରି : ୭ ମାସ ତଳେ ବିବାହ କରିଥିବା ଯବାନ ମାନସିକ ଚାପରେ ରହୁଥିଲେ। ହେଲେ ଆଜି ସକାଳୁ ହଠାତ୍‌ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଘଟିଛି। ମୃତ ହେଲେ SSBNର କନଷ୍ଟେବଳ ଦୁର୍ଯୋଧନ ମାଝୀ । ପାରିବାରିକ କଳହରୁ ଦୁର୍ଯୋଧନ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ଦୁର୍ଯୋଧନ ପୋଟେରୁ ଫାଣ୍ଡିରେ କାର୍ଯ୍ୟରତ ଥିବା ବେଳେ ୭ ମାସ ପୂର୍ବେ ବିବାହ କରିଥିଲେ। ଏହାପରେ ସେ କିଛି କିଛି ଅଶାନ୍ତି ରହୁଥିବା ସହକର୍ମୀ ଲକ୍ଷ କରିଥିଲେ। ଆଜି ସକାଳୁ ସବୁ ଠିକ୍‌ ଥିବା ବେଳେ ହଠାତ୍‌ ନିଜ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଦେଲେ ଦୁର୍ଯୋଧନ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।

ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ପରିବାର ଲୋକ ପହଞ୍ଚିଲେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *