ଭାରତୀୟ ଓ ରୁଷ ନୌସେନାଙ୍କ ବଙ୍ଗୋପ ସାଗରରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସାମରିକ ଅଭ୍ୟାସ ଜାରି

ଭାରତୀୟ ଓ ରୁଷିଆ ନୌସେନା (Indian Navy and Russian Navy) ନିଜ ଅଭିଯାନର ସମନ୍ୱୟକୁ ଆହୁରି ଆଗକୁ ବଢ଼ାଇବା ପାଇଁ ବଙ୍ଗୋପ ସାଗରରେ କ୍ରମାଗତ ଦ୍ୱିତୀୟ ଦିନ ଶନିବାରକୁ ‘ଇନ୍ଦ୍ର’ ନୌସେନା ଅଭ୍ୟାସ କରିଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ଏହି ନୌସେନାର ଅଭ୍ୟାସ ଏପରି ଏକ ସମୟରେ କରାଯାଉଛି ଯେତେବେଳେ ଭାରତ ପୂର୍ବ ଲଦାଖରେ ଚୀନ୍ ସୀମାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ମହାସାଗରରେ ଯୁଦ୍ଧ ଜାହାଜ ନିୟୋଜନ ବୃଦ୍ଧି କରୁଛି । ଦେଶର ରଣନୀତିକ ସ୍ୱାର୍ଥ ପାଇଁ ଭାରତ ମହାସାଗର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । (Pic- AP)
ଅଧିକାରୀମାନେ କହିଛନ୍ତି ବିମାନ ବିରୋଧୀ ଅଭ୍ୟାସ, ହେଲିକପ୍ଟର ଅପରେସନ୍, ହେଲିକପ୍ଟର ଅପରେସନ୍, ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ବିମାନ ଚଳାଇବା ଭଳି ସାମରିକ ଅଭ୍ୟାସ ଦ୍ୱି-ବାର୍ଷିକ ଇଣ୍ଡୋ- ରୁଷ ଇନ୍ଦ୍ର ନୌସେନା ଅଭ୍ୟାସର ଏକାଦଶ ଅଧିବେଶନ ଅଧୀନରେ କରାଯାଇଥିଲା । (Pic- AP)
ଭାରତୀୟ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ଯେ ଏହି ଅଭ୍ୟାସ ଦୁଇ ନୌସେନା ମଧ୍ୟରେ ଦୀର୍ଘମିଆଦୀ ରଣନୀତିକ ଭାଗିଦାରୀର ପ୍ରତୀକ ଅଟେ। “(Pic- AP)
ରୁଷିଆର ନୌସେନା ସାମୁଦ୍ରିକ ଅଭ୍ୟାସରେ ବିନାଶକାରୀ ଆଡମିରାଲ ଭିନୋଗ୍ରାଡୋଭ ଓ ଆଡମିରାଲ ଟ୍ରିବ୍ୟୁଟ୍ ଇତ୍ୟାଦି ନିୟୋଜିତ କରିଥିଲା । ଏଥି ସହିତ, ଭାରତୀୟ ନୌସେନାକୁ ଗାଇଡ୍ ମିସାଇଲ୍ ବିନାଶକ ରଣବିଜୟ ଓ ଜାହାଜ ଟ୍ୟାଙ୍କର୍ ଶକ୍ତି ତଥା ଏହାର ହେଲିକପ୍ଟର ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିଲା । (Pic- AP)

Leave a Reply

Your email address will not be published. Required fields are marked *