ଲୋକପ୍ରିୟ ଶିଶୁ ସାହିତ୍ୟିକ ତଥା ଶିଶୁ ସଂସାରର ଉପସ୍ଥାପକ ‘ବଡ଼ଭାଇ’ ନଦିୟା ବିହାରୀଙ୍କ ୯୦ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଆକାଶବାଣୀ କଟକ କେନ୍ଦ୍ରର ଲୋକପ୍ରିୟ ଶିଶୁ କାର୍ଯ୍ୟକ୍ରମ ଶିଶୁ ସଂସାରର ଉପସ୍ଥାପକ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଛି । ସେ ବଡ଼ଭାଇ ନାମରେ ସାରା ରାଜ୍ୟରେ ପରିଚିତ ଥିଲେ ।
କଟକରେ ଏକ ଘରୋଇ ହସପିଟାଲରେ ଚିିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁବେଳକୁ ଶ୍ରୀ ମହାନ୍ତିଙ୍କୁ ୯୦ ବର୍ଷ ହୋଇଥିଲା । ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି ।
ରାଜ୍ୟର ଜଣେ ଆଗଧାଡ଼ିର ଶିଶୁ ସାହିତ୍ୟିକ ଭାବେ ସେ ପରିଚିତ ଥିଲେ । ଶିଶୁମାନଙ୍କ ପାଇଁ ସେ ଅନେକ କ୍ଷୁଦ୍ରଗଳ୍ପ, କବିତା ଆଦି ରଚନା କରିଥିଲେ । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
କେନ୍ଦ୍ରାପଡ଼ାର କଉପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି ଆଇନରେ ଡିଗ୍ରୀ ହାସଲ କରିବା ପରେ ୧୯୫୮ରେ ଆକାଶବାଣୀରେ ଯୋଗ ଦେଇଥିଲେ । ରାଜ୍ୟର ଲୋକପ୍ରିୟ ଶିଶୁ ପତ୍ରିକା ମନପବନ ଓ ମୀନାବଜାରରେ ମଧ୍ୟ ସେ ଲେଖୁଥିଲେ ।

Leave a Reply

Your email address will not be published. Required fields are marked *