ଗୋଟେ ଅଦୃଶ୍ୟ ଯାଦୁଗରର ମାୟାଜାଲରେ ଦୁନିଆ

ଆପଣ ମାନେ ଶୁଣିଥିବେ ଯେ ଜାଦୁଗର ମାନେ କୁଆଡ଼େ ଚକ୍ଷୁବନ୍ଧନ  କରିପାରନ୍ତି । ଏକ ଅଲଗା ପ୍ରକାର ଦୁନିଆ ଦେଖାନ୍ତି ଓ ବାସ୍ତବିକ ଠାରୁ ଅଲଗା କରିପାରନ୍ତି । କିନ୍ତୁ ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଛି ଏକ ନୂଆ ଜାଦୁଗର ଯିଏ କି ଦୂର ଲୋକ ଙ୍କୁ ବି ପାଖକୁ କ୍ଷଣିକରେ ଆଣିଦିଏ ,ସବୁ ପ୍ରଶ୍ନ ର ଉତ୍ତର ଆଖି ପଲକ ରେ କହିଦିଏ, ଅଜଣା ଲୋକ ଙ୍କ ସହ ମାୟାକୁ ସମ୍ପର୍କ କରିଦିଏ ।ଏସବୁ ସେ କରେ ଗୋଟିଏ ଆଖି ବଳ ରେ । ଲୋକେ ତା ଠାରୁ ଏତେ ପ୍ରଭାବିତ ଯେ ସକାଳ ର ସୂର୍ଯ୍ୟଦୋୟ ଠାରୁ ଆଖି ରେ ନିଦ ଆସିବା ଯାଏ ତାକୁ ସାଙ୍ଗରେ ରଖନ୍ତି ,ଏଭଳି ତାର ମାୟା ଜାଲ ରେ ସେ ସମସ୍ତଙ୍କୁ ବାନ୍ଧି ଦେଇଛି ।କଥା ଚାଲିଛି ରୋଗୀ ଙ୍କ ପାଖରେ ରହୁଥିବା ସିଲିଣ୍ଡର୍ ଭଳି ଆମ ସମସ୍ତଙ୍କ ପାଖ ରେ ହାତ ଉପରେ ଥିବା ମୋବାଇଲ ଫୋନ ବିଷୟ ରେ ।ସକାଳ ରୁ ରାତି ଯାଏ ଫୋନ ପାଖରେ ନଥିଲେ କାମ ଚଲେନି ।ଫୋନ ର ଉଦ୍ଭାବନ କାରି ଙ୍କୁ ମଧ୍ୟ ସେତେବେଳେ ଜ୍ଞାତ ନଥିବ ଯେ ଦିନେ ସେଇ ୪-୬ ଇଞ୍ଚିଆ ଜିନିଷ ୫-୬ ଫୁଟିଆ  ଲୋକ ଙ୍କୁ ନିଜ ଆୟତ ରେ ରଖିନବ ।ଆବଶ୍ୟକତା ଓ ଅଭ୍ୟାସ ଉଭୟ ରେ ପରିଣତ ଆଜି ଫୋନ । ଗୋଟେ ଅଖିଆ କହିବାର କାରଣ ସ୍ମାର୍ଟ୍ ଫୋନରେ ଥିବା ଗୋଟାଏ କ୍ୟାମେରା ।ଫୋନ ର ଯୋଡିଦାର ଆଧୁନିକ ଇଣ୍ଟରନେଟ୍ ସେବା ,ଯିଏ ଏକ ଅଦୃଶ୍ୟ ଶକ୍ତି କିନ୍ତୁ ଅଦୃଶ୍ୟ ହୋଇ ମଧ୍ୟ ଶକ୍ତିମାନ। ଚିନ୍ତ୍ କରନ୍ତୁ ଗୋଟେ ଦିନ ଫୋନ ଓ ବିନା ଇଣ୍ଟରନେଟ୍ ର ,ଭାବିବା ମଧ୍ୟ କଷ୍ଟକର ଲାଗେ ,ଧୀରେ ଧୀରେ ସାରା ଜଗତ କୁ ମାୟା ଜାଲ ରେ ଫସେଇନେଇଛି ।ଆଜି ପୁଅ ବିଦେଶ ରେ ଚାକିରି କରିବାକୁ ଗଲେ ମଧ୍ୟ ଦିନକୁ ଚାରି ଥର ମା କୁ ଦେଖି ଖବର ବୁଝିପରୁଚି ,ତ କେବେ ସ୍ବାମୀ ମାୟା ଜାଲ ରେ ନୂଆ ବନ୍ଧୁ ଖୋଜିବାରେ ଏତେ ସମୟ ଅତିବାହିତ କରିଦିଏ ଯେ ସ୍ତ୍ରୀ ସହ କଳି କରିଦିଏ ,ତ କୋଉ ଘରେ ଉଭୟ ସ୍ବାମୀ ସ୍ତ୍ରୀ ଫୋନ ଦୁନିଆ ରେ ଏତେ ମାତି ଯାନ୍ତି ଯେ ଦମ୍ପତ୍ତି ଫଟୋ କେବଳ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳେ କିନ୍ତୁ ବାସ୍ତବିକ ଜୀବନ ରେ ଦାମ୍ପତ୍ୟ ଜୀବନ ରୁ ପ୍ରେମ ସମ୍ପର୍କ ଓ ମିଶି କରି ସମୟ ଅତିବାହିତ କରିବା ସମ୍ପୂର୍ଣ ସମ୍ପର୍କ ରୁ ଉଠି ଯାଇଛି ।ଘରେ ଲୋକ ଗଣତି ଯେତେ ତା ଠାରୁ ଫୋନ ଅଧିକା ହି ରହିପାରେ କିନ୍ତୁ କମ୍ ନାହିଁ ।ସମୟ ଥିଲା ପିଲା ମାନଙ୍କୁ ଯୋଉ ଯାଏ ମା ଚାପୁଡ଼ା ଟାଏ ମାରିକି ଘର ଭିତରକୁ ଟାଣି ନ ଆଣିଛି ସେ ଯାଏ ବାଲି ହାତ ମୁଠା ରେ ରହୁଥିଲା  । ଏବେ କିନ୍ତୁ ମା ମାନେ ନିଜ କାମ ସୁରୁଖୁରୁ ରେ କରିବା ପାଇଁ ପିଲା ଙ୍କ ହାତ ରେ ଫୋନ ଟିଏ ଧରେଇ ଦିଅନ୍ତି । ଏବେ ଆମ ପିଲାଏ ଧାଆଁ ଧପଦ ରେ ପଡି ଆଣ୍ଠୁ ଛିଣ୍ଡା କରନ୍ତିଁ ନାହିଁ ,ଫୋନ ରେ ଖେଳ ଖେଳୁ ଖେଳୁ କଣ୍ଢେଇ ପଡିଗଲେ ବ୍ୟାଙ୍କ୍ ରୁ ସିଧା ପଇସା ଫୋନ କୁ ଆଣି କଣ୍ଢେଇ କୁ ବଞ୍ଚନ୍ତି । ଫୋନରେ କ୍ଲାସ ଅନ୍ କରି ପାଉଜ ବଟନ ଦେଇ ୟୁ ଟ୍ୟୁବ୍ ଦେଖନ୍ତି । ଏକ ନିର୍ଭୀକତା ସହ ଏତେ ଆମେ ସେଇ ଗୋଟେ ଅଖିଆ କୁ ବନ୍ଧୁ ବନେଇଁ ଦେଇଚୁ ଯେ ଆମର ସବୁ ଗୁପ୍ତ କଥା ତାକୁ ହିଁ ଜଣା। ଆଉ ଏଇ ସବୁ ନିଆରା ବନ୍ଧୁ ପଣିଆ ର ସୁବିଧା ନିଅନ୍ତି ଆଧୁନିକ ଚୋର , ଯୋଉମନେ ନିଜ ବୃତ୍ତି ର ନା ଟିକେ ନୂତନ କରି ହ୍ୟାକର୍ ବୋଲି ଦେଇ ଦେଇଛନ୍ତି ।ପଇସା ଲୁଟିବା ପାଇ ତାଲା ଭଙ୍ଗନ୍ତିନି ପାସ୍ ୱାର୍ଡ କାଫି ସେମାନଙ୍କ ପାଇଁ । ଗୁଣ୍ଡା ମାନେ ଧମକେଇବା ପାଇ ଆଉ ଛୁରୀ ଚକୁ ଧନରନ୍ତିନି ,ଆପଣଙ୍କ ଗୁପ୍ତ ରହସ୍ୟ ଆଉ ଫୋଟ ରେ କାମ ଚଲେଇ ଦିଅନ୍ତି । ସମସ୍ତଙ୍କ ହାତ ଉପରେ ଗୋଟେ ଅଖିଆ ଯଦୁଗର , ବୁଢ଼ା ଆଙ୍ଗୁଠି ତା ମୁଣ୍ଡ କୁ ଆଉଁସେଇ ଚାଲିଛି ,ମଣିଷ ର ମୁଣ୍ଡ ରେ ମାୟା ଜାଲ ପଶି ଆଖି ଦୁଇଟା ଯାଦୁ ରେ ମଜି ଯାଇଛି ଆଉ ମୁଣ୍ଡ ନଇଁ ଚାଲିଛି । ନିସନ୍ଦେଃ ଯେ ମଣିଷ ସମ୍ପୂର୍ଣ ତା ଜାଲ ରେ ଫସି ଚାଲିଛି ,ଜ୍ଞାତ ରେ ହଉ କି ଅଜ୍ଞାତ ରେ ହଉ । ଆବଶ୍ୟକତା ରେ ହଉ କି ମଉଜ ରେ ହଉ । ବୈଜ୍ଞାନିକ ଅନୁସନ୍ଧାନ ରୁ ଜଣା ପଡ଼ୁଚି ଯେ ଆଗାମୀ ଦିନ ରେ ଲୋକ ଓରଙ୍ଗ ଓଟାଙ୍ଗ ଓ ସିମ୍ପଞ୍ଜି ଭଳି କୁଜ ବାହାର କରି ବୁଲିବ । ଆଉ ବୋଧେ ସଫ୍ଟୱେର ଇଞ୍ଜିନିୟର ମାନେ ନୂଆ ସଫ୍ଟୱେର ରେ କେମିତି ଫୋନ ର ଅଭ୍ୟାସ ଛଡ଼ା ଯିବା ତାକୁ ନେଇ ନୂଆ ସଫ୍ଟୱେର ର ଅନୁସନ୍ଧାନ କରିବେ ,ଚଷମା ଦୋକାନ କିରାଣୀ ଦୋକାନ ଭଳି ସବୁ ଗଳି କନ୍ଦୀ ରେ ଦେଖିବାକୁ ମିଳିବ । ଭାବିଲେ ନିଆରା ହୀ ଲାଗେ ଆମେ ପାଖରେ ବସିଥିବା ପରିବାର କୁ ଛାଡ଼ି ଅଜଣା ଅଚିହ୍ନା ଲୋକ ଙ୍କୁ ବନ୍ଧୁ ବନେଇବା ପାଇଁ ଅଧିକା ଇଚ୍ଛୁକ । ବେଳ ଏବେ ମଧ୍ୟ ଅଛି ଯେ ଏଇ ଯାଦୁ ଗର ଟିକୁ ନିଜ ବାସ୍ତବିକ ଜୀବନ ଓ ନିଯିଗତ ଜୀବନ ରୁ ଟିକେ ଦୂର ରେ ରଖି ଭଗବାନ ଙ୍କ ଦିଆଯାଇଥିବା ଅଦ୍ୱିତୀୟ ଜୀବନ ର ଆନନ୍ଦ ବିନା ଯାଦୁ ରେ ବିନା ମୟଜଲ ରେ ଓ ବିନା ଅଦୃଶ୍ୟ ଇଣ୍ଟରନେଟ୍ ରେ ନେବା । ହସ ସୋସିଆଲ ମିଡ଼ିଆ ରେ ଫୋଟ ରେ କମ୍ ଓ ବାସ୍ତବିକ ଜୀବନ ରେ ଅଧିକା ରଖିବା ।ପିଲା ଙ୍କ ଠୁ ଖୁସି ଓ ବୃଦ୍ଧା ଙ୍କ ଠୁ ଆଶୀର୍ବାଦ ନେବା । ଅନ୍ ଲାଇନ୍ ଗେମ୍ ରେ ପଇସା ନ ଲଗେଇ ଦୀନ ଦୁଃଖୀ ଓ ଅ ସହାୟ ଲୋକ ଙ୍କ ସାହାଯ୍ୟ କରିବା ରେ ଲଗେଇ ଆତ୍ମୀୟ ଖୁସି ଅନୁଭବ କରିବା । କେବଳ ଆବଶ୍ୟକତା ପାଇ ଜଦୁଗର ର ବ୍ୟବହାର କରିବା ନା କି ଅଭ୍ୟଶବ୍ରେ ପରିଣତ କରି ତା ର ବଶବର୍ତ୍ତୀ ହେବା ।

ଲେଖିକା : ନିଖତ୍ ବାନୋ

Leave a Reply

Your email address will not be published. Required fields are marked *