ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମଙ୍କ ଦେହାନ୍ତ |

ସୁନ୍ଦରଗଡ଼: ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମ ଆଉ ନାହାନ୍ତି। ୮୭ ବର୍ଷ ବୟସରେ ରାତ୍ର ୧ଟା ୪୦ ମିନିଟରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ପରୋପକାରୀ, ଲୋକପ୍ରିୟ ରାଜନେତା ଥିଲେ। ତାଙ୍କର ବିୟୋଗରେ କଂଗ୍ରେସ ଦଳ ଓ ଏ ଅଞ୍ଚଳ ଜଣେ ବରପୁତ୍ରଙ୍କୁ ହରାଇଲା।

ସୁନ୍ଦରଗଡ଼ ଜିଲ୍ଲା ସଦର ଵ୍ଲକ୍ ଭଷ୍ମାରେ ୧୯୩୪ ମାର୍ଚ୍ଚ ୨୧ରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ କୁସୁମ ୧୯୮୪ରୁ ୧୯୯୦ ଯାଏଁ ରାଜ୍ୟସଭା ସଦସ୍ୟ ଥିଲେ। ୩ ଦିନ ତଳେ ସେ ଗୁରୁତର ଅସୁସ୍ଥ ହେବା ପରେ ପରିବାର ଲୋକେ ସ୍ଥାନୀୟ ସମଲେଶ୍ବରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Leave a Reply

Your email address will not be published. Required fields are marked *