ଆଜି ଜାତୀୟ କୃଷକ ଦିବସ

ଭୁବନେଶ୍ୱର : ପ୍ରତିବର୍ଷ ଡ଼ିସେମ୍ବର ୨୩ରେ ଭାରତରେ ପାଳନ କରାଯାଏ ଜାତୀୟ କୃଷକ ଦିବସ । କୃଷକଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀରେ ଏହି ଦିବସ ପାଳନ କରାଯାଏ । ଭାରତୀୟ କୃଷକ ତଥା କୃଷି କ୍ଷେତ୍ରର ଉନ୍ନତିରେ ଚୌଧୁରୀ ସିଂଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ସେଥିପାଇଁ ତାଙ୍କ ଜନ୍ମ ବାର୍ଷିକରେ କୃଷକ ଦିବସ ପାଳନ କରାଯାଏ । ୨୦୦୧ ରେ ପ୍ରଥମ କିଷାନ ଦିବସ ପାଳନ କରାଯାଇଥିଲା । ଭାରତର ବିକାଶରେ କୃଷକ ଏବଂ କୃଷି କ୍ଷେତ୍ରର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଇବା ପାଇଁ ଏହି କିଷାନ ଦିବସ ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *