ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବାଣ୍ଟିଲେ ଯୁବ ସମାଜସେବୀ : ଅନ୍ୟମାନଙ୍କ ପାଇଁ ପାଲଟିଲେ ଉଦାହରଣ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଅସହାୟ ଓ ନିରାଶ୍ରୟ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି | ରାଜଧାନୀର କିଛି ସେବା କାମ କରୁଥିବା ସଂଗଠନ ଓ ବ୍ୟକ୍ତିବିଶେଷ ଏହି ଦୁର୍ଦ୍ଦିନରେ ସେମାନଙ୍କୁ ସବୁପ୍ରକାର ସାହାର୍ଯ୍ୟ ସହଯୋଗ କରିବାକୁ ଆଗେଇ ଆସିଛନ୍ତି | ଏହି କ୍ଷେତ୍ରରେ ଆଜି ସ୍ଥାନୀୟ ଆଇଆରସି ଭିଲେଜ ଅଞ୍ଚଳର ଯୁବକ ମାନଙ୍କ ଦ୍ଵାରା ରାଜଧାନୀର ବିଭିନ୍ନ ଅଞ୍ଚଳରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି | କ୍ରାଉନ ହୋଟେଲ ଓ ଆଖପାଖ ବସ୍ତି ଅଞ୍ଚଳରେ ଯୁବକ ମାନେ ମହିଳା ଓ ଶିଶୁମାନଙ୍କୁ ମାଗଣାରେ ମାସ୍କ ପ୍ରଦାନ କରିବା ସହ ସବୁବେଳେ ଏହାକୁ ବ୍ୟବହାର କରିବା ନିମନ୍ତେ ସଚେତନ କରାଇଥିଲେ | ଏହା ସହ ରନ୍ଧାଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା | ସ୍ଥାନୀୟ ଅଞ୍ଚଳର ଯୁବସମାଜସେବୀ ରାକେଶ କୁମାର ରାୟ, ପୂର୍ବତନ କର୍ପୋରେଟର ସିଲୁ ଭାଇ , ରାଜେଶ ଦାସ, ଶ୍ରୀକାନ୍ତ, ଲିପୁ, ଅନିଲ ଓ କୈଳାଶ ପ୍ରମୁଖ ଏହି ସେବା କାର୍ଯ୍ୟରେ ଭାଗ ନେଇଥିଲେ | ‘କିଏ କେତେ ପ୍ରକାର ସାହାର୍ଯ୍ୟ କରୁଛନ୍ତି, ଆମର ମଧ୍ୟ ସମାଜ ଓ ସ୍ଥାନୀୟ ଅସହାୟ ମାନଙ୍କ ପ୍ରତି କିଛି ଦାୟିତ୍ବ ରହିଛି | ଏଣୁ ସାଧ୍ୟମତେ ଯାହା ହୋଇପାରିବ କରିବୁ’ ବୋଲି କୁହନ୍ତି ସ୍ଥାନୀୟ ଯୁବ ସମାଜସେବୀ ରାକେଶ କୁମାର ରାୟ | ଯୁବକ ମାନଙ୍କ ଦ୍ଵାରା ଏଭଳି କାମକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି |