ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୯ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଥିବା ଗଣଶିକ୍ଷା ସମୀର ଦାଶ ସୁଚନା ଦେଇଛନ୍ତି।

ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମେ ମାସ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମ ହୋଇଥିଲେ। ସେ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ।

ଏଥିସହିତ ସେ ତିନିଥର ସାଂସଦ ହୋଇଛନ୍ତି। ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ଲୋକସଭା ଏବଂ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି।

ଦେଶ ସେବା ପାଇଁ ସବୁବେଳେ ଜୀବନକୁ ଉତ୍ସର୍ଗ କରିଥିବା ଭବାନୀ ମୃତ୍ୟୁ ପୂର୍ବରୁ ତାଙ୍କ ଶରୀର ଦାନ କରିବେ ବୋଲି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *