ସରକାରଙ୍କ ଅବହେଳା ବିରୋଧରେ ରାଜ ରାସ୍ତାରେ ମଧ୍ୟବିତ୍ତ : ଆଗକୁ ରାଜ୍ୟବ୍ୟାପୀ ଅସହଯୋଗ ଆନ୍ଦୋଳନ ର ଡାକରା ଦେଲା ମହାସଂଘ.

ଭୁବନେଶ୍ୱର : ଆଜି ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମହାସଂଘ ଓଡିଶା ପକ୍ଷରୁ ରାମମଦିର ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା . ଏହି ବିକ୍ଷୋଭ ରେ ସଙ୍ଘ ପକ୍ଷରୁ ମଧ୍ୟବିତ୍ତ ବର୍ଗଙ୍କ ବିଭିନ୍ନ ମୌଳିକ ସମସ୍ୟା ସହିତ ସେମାନଙ୍କ ଆର୍ଥୀକ ଓ ସାମାଜିକ ସମାନତା ଅଧିକାର କୁ ସୁରକ୍ଷା ଦେବା ସହିତ ଏକ 12 ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି !
ମଧ୍ୟବିତ୍ତ ବର୍ଗର ଲୋକମାନେ ସବୁବେଳେ ସରକାର ଦ୍ୱାରା ଅବହେଳିତ ହେଉଥିବାରୁ ସେମାନଙ୍କ ଆର୍ଥିକ ମାପଦଣ୍ଡ /ସାମାଜିକ ସ୍ଥିତି ଓ ସାଂସ୍କୃତିକ ଜୀବନ ଶୈଳୀକୁ ପୁନର୍ବାର ତର୍ଜମା କରି 3 ଲକ୍ଷରୁ 9 ଲକ୍ଷ ଆୟ ଯୁକ୍ତ ବର୍ଗଙ୍କୁ
ମଧ୍ୟବିତ୍ତ ଭାବରେ ବର୍ଗୀକରଣ କରାଯିବା ସହିତ ଏମାନଙ୍କୁ ପରଚୟ ପତ୍ର ପ୍ରଦାନ କରିବାକୁ ସଙ୍ଘପକ୍ଷରୁ ଦାବି କରାଯିବା ସହ ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟବିତ୍ତ ବର୍ଗଙ୍କୁ ସାମିଲ କରିବା, ଶିକ୍ଷା ଓ ସରକାରୀ ଚାକିରୀ କ୍ଷେତ୍ରରେ ମଧ୍ୟମବର୍ଗଙ୍କ ପାଇଁ 10 ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ପ୍ରତେକ ପରିବାର ର ଜଣେ ଲେଖାଏ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ /ବିଜୁ ସ୍ୱାସ୍ଥ୍ୟ ବୀମା ରେ ଅନ୍ତର୍ଭୁକ୍ତ କରିବା ସହ କରୋନା
ବିପର୍ଯ୍ୟରେ କ୍ଷତିଗ୍ରସ୍ତ ସବୁମଧ୍ୟବିତ୍ତ ପରିବାରକୁ ଛମାସ ର ମାଗଣା ରାସନ, ଛମାସ ର ବିଜୁଳିଦେୟ ଛାଡ, ପାନୀୟ ଜଳ କୁ ସାମୟିକ ଭାବରେ କର ମୁକ୍ତ କରିବା, ସହରାଂଚଳ ରେ ଅଣ ପଂଜିକୃତ ଉଠା ଦୋକାନୀ ମାନଙ୍କୁ ନିଃଶୁଳ୍କ ପଂଜିକୃତ କରି ସରକାରୀ ସହାୟତା ଯୋଗେଇ ଦେବା, ବିଭିନ୍ନ ବ୍ୟାଙ୍କ ର ଇଏମ ଆଇ କୁ 6 ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା, ବେସରକାରୀ ଶିକ୍ଷନୁଷ୍ଠାନ ରେ ପଢ଼ୁଥିବା ଛାତ୍ର, ଛାତ୍ରୀ ଙ୍କ ସ୍କୁଲ ଫିସ ଛାଡ଼ ସହ ଗ୍ରାମାଞ୍ଚଳ ରେ 2 ଲକ୍ଷ ରୁ 5 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇଥିବା ଛୋଟ ଚାଷୀ, ଛୋଟ ଛୋଟ ବ୍ୟବସାୟୀ ଓ ମହିଳା ସ୍ଵୟସହାୟକ ଗୋଷ୍ଠୀଙ୍କ ସମ୍ପୂର୍ଣ ଋଣ ଛାଡ଼ କରାଯାଉ ବୋଲି ସଙ୍ଘ ଦାବି କରିଛି !
ଏହି ବିକ୍ଷାଭ ଶୋଭାଯାତ୍ରା ରେ ମହାସଂଘ “ଆବାହକ “ଏନ ସମ୍ବିତ ଦାସ ଓ ମହାସଂଘର “ସଂଯୋଜକ “ପ୍ରଦିପ ମିଶ୍ର ନେତୃତ୍ୱ ନେଇଥିବା ବେଳେ, ଶୁଭକାନ୍ତ ସାମଲ,ଶିବସୁନ୍ଦର ସ୍ୱାଇଁ, ବିଷ୍ଣୁ ଚରଣ ରାଉତ ମନୋଜ ଦାସମହାପାତ୍ର, ଲିଙ୍ଗରାଜ ମଳିକ , ଆଶିଷ ବେହେରା ତପନ ମଳିକ, ରବୀନ୍ଦ୍ର ସାହୁ… ପ୍ରମୁଖ ଉପସ୍ଥିତ ଥିଲେ !ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କୁ ଜୋରଦାର କରାଯିବା ସହ ରାଜ୍ୟବ୍ୟାପୀ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି !