ଆଜି ଭାରତ ରାଜସ୍ଥାନର ପୋଖରାନ‌ରେ ହୋଇଥିବା ପ୍ରଥମ ଆଣବିକ ପରୀକ୍ଷଣର ୪୬ତମ ବାର୍ଷିକୀ ପାଳନ କରୁଛି। ‘ସସ୍ମିତ ବୁଦ୍ଧ’ କୋଡ୍ ନାଁ ରଖାଯାଇଥିବା ଏହି ଶାନ୍ତିପୂର୍ଣ୍ଣ ଆଣବିକ ପରୀକ୍ଷଣ ୧୯୭୪ ମସିହା ମେ ୧୮ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା।