କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ସାମଗ୍ରୀ ବିତରଣ।

ଭୁବନେଶ୍ୱର, ୧୮/୫ : ବିଶ୍ୱ ମହାମାରୀ କରୋନା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟତ୍ତକୁ ଆସିଯାଇଥିଲେ ମଧ୍ୟ ଲକ୍ ଡାଉନ ପୂର୍ବଭଳି ବଳବତ୍ତର ରହିଥିବାରୁ ସମାଜର ନିମ୍ନଶ୍ରେଣୀରେ ଥିବା ଲୋକଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ କିମ୍ବା କୌଣସି ସରକାରୀ ସହାୟତା ପାଇବା ପାଇଁ ବ୍ୟବସ୍ଥା ନାହିଁ ଏବଂ ସେମାନେ ଦୈନନ୍ଦିନ ପାରିଶ୍ରମିକ ଉପରେ ନିର୍ଭର କରିଥାନ୍ତି ସେମାନଙ୍କ ଅବସ୍ଥା କହିଲେ ନସରେ । ଏଭଳି ଦୟନୀୟ ଅବସ୍ଥାରେ ଥିବା ପରିବାରମାନଙ୍କୁ ଠାବ କରି ସେମାନଙ୍କ ଦୁଃଖ ଲାଘବ କରିବାରେ ଲାଗିଛି ‘ଫର୍ ୟୁ’ ଟ୍ରଷ୍ଟ । ଗତକାଲି ଦାରା ସିଂ ବସ୍ତିରେ ଟ୍ରଷ୍ଟ ପକ୍ଷରୁ ଏମିତି ଦୟନୀୟ ଅବସ୍ଥାରେ ଥିବା ଦୁଇଶହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । ଏହି କାର୍ଯ୍ୟରେ ଟ୍ରଷ୍ଟ ମୁଖ୍ୟ ସତ୍ୟ ଦାସଙ୍କୁ ଅକ୍ଷୟ, ବିକାଶ ମହାରଣା, ପବିତ୍ର କୁମାର, ସୀମା ପାଢ଼ୀ, ପ୍ରିୟଦର୍ଶୀନୀ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ ।