ଜନମଙ୍ଗଳ ପରିଷଦ ତରଫରୁ ରାଜଧାନୀରେ ଥିବା ଵୃଦ୍ଧାଶ୍ରମରେ ସ୍ଥିତି ଅନୁଧ୍ୟାନ ସହ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ |

ଭୁବନେଶ୍ବର : ଲକଡାଉନ ସମୟରେ ରାଜଧାନୀର ଅନାଥାଶ୍ରମ ଓ ଵୃଦ୍ଧାଶ୍ରମ ଗୁଡିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିଚାଳିତ ହେଉଛି | ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ଆଜି ରାଜଧାନୀର କିଛି ଅନାଥାଶ୍ରମ ଓ ଵୃଦ୍ଧାଶ୍ରମକୁ ଯାଇ ସେଠାକାର ପରିସ୍ଥିତି ଅନୁଧ୍ୟାନ କରାଯାଇଥିଲା | ଗଣମାଧ୍ୟମରେ ପ୍ରକାଶ ପାଉଥିବା ଚିତ୍ର ଠାରୁ ବହୁଗୁଣରେ ଅଧିକ ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଛନ୍ତି ସେଠାକାର ଅନ୍ତେବାସୀ ମାନେ | ଅତ୍ୟନ୍ତ ଅସହାୟ ହୋଇପଡିଛନ୍ତି ଅନ୍ତେବାସୀ ମାନେ | ପରିଚାଳକ ମାନେ ମଧ୍ୟ ନିରୁପାୟ | ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା ଓ ସଦସ୍ୟ ସୁକାନ୍ତ ମହାନ୍ତି ସେଠାରେ ପହଂଚି ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ | କିଛି ଶୁଖିଲା ଖାଦ୍ୟସାମଗ୍ରୀ ମଧ୍ୟ ପ୍ରଦାନ କରିବା ସହ ଆଗକୁ ଅନ୍ୟାନ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ | ଏହି ଭଳି ଅସହାୟ ଲୋକଙ୍କ ପ୍ରକୃତ ସମସ୍ୟା ଲୋକଲୋଚନକୁ ଆଣୁଥିବାରୁ ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା ଗଣାମାଧ୍ୟମଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସାମାଜିକ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ସଂଗଠନ ମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବାକୁ ପରିଷଦ ତରଫରୁ ନିବେଦନ କରାଯାଇଛି |