୨-୩ ଦିନରେ ରେଳ ଷ୍ଟେସନରେ ମିଳିବ କାଉଣ୍ଟର ଟିକେଟ । ୧.୭ ଲକ୍ଷ ଜନସେବା କେନ୍ଦ୍ରରେ ବି ବୁକିଂ ସୁବିଧା ଉପଲବ୍ଧ ହେବ । ଏନେଇ ବ୍ୟବସ୍ଥା କରାଯାଉଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସୂଚନା

ଆଗାମୀ ଦିନରେ ଅଧିକ ଟ୍ରେନ୍‌ ଚଳାଇବାକୁ ଯୋଜନା ହେଉଛି । ଷ୍ଟେସନରେ ଜଳଖିଆ ଦୋକାନ ଖୋଲିବ, କିନ୍ତୁ କେବଳ ପାର୍ସଲ ନେଇହେବ | ଓଡ଼ିଶାକୁ ଓ ଓଡ଼ିଶାରୁ ଚାଲିବ ୫ ଯୋଡ଼ା ଟ୍ରେନ୍ । ସେମାନଙ୍କ ଭିତରେ ଅଛନ୍ତି ହାଓଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍ । ଦେଶରେ ଜୁନ୍ ୧ରୁ ଚାଲିବ ୧୦୦ ଯୋଡ଼ା ବା ୨୦୦ଟି ଟ୍ରେନ୍ । ଓଡ଼ିଶାକୁ ଓ ଓଡ଼ିଶାରୁ ଚାଲିବ ୫ ଯୋଡ଼ା ଟ୍ରେନ୍ । ଏଥି ପାଇଁ ଆଜି ଠୁ ଆରମ୍ଭ ହେବ ବୁକିଂ । ଜୁନ୍ ୧ରୁ ଟ୍ରେନ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ମଧ୍ୟରେ ରହିଛି ଉଭୟ ଏସି ଓ ନନଏସି ଟ୍ରେନ । ଏସବୁ ଟ୍ରେନର ସମସ୍ତ ଆସନ ସଂରକ୍ଷିତ ହେବ ।