ରାଜଧାନୀରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ, ୨ ଭଉଣୀଙ୍କୁ କଲା ଛୁରାମାଡ଼

ଭୁବନେଶ୍ବର : ଏକ ତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକଙ୍କ ଉନ୍ମତାକାଣ୍ଡ ନୂଆପଲ୍ଳୀ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଫଳ ପ୍ରେମିକ ଜଣଙ୍କ ଦୁଇ ଯୁବତୀଙ୍କ ସମେତ ୩ କର୍ମଚାରୀଙ୍କୁ ଛୁରାମାଡ କରି ଲହୁଲୁହାଣ କରିଛି । ସ୍ଥାନୀୟ ଯୁବକମାନେ ତାକୁ କାବୁ କର ନୂଆପଲ୍ଲୀ ଥାନା ଜିମା ଦେଇଛନ୍ତି । ଦୋକାନ ମାଲିକ ଓ ଯୁବତୀଙ୍କ ଏତଲାକୁ ଆଧାର କରି ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି । ଆଜି କୋର୍ଟ ଚାଲାଣ କରାଯିବ ।
ନୂଆପଲ୍ଲୀ ଥାନା ବିଜୁ ପଟ୍ଟନାୟକ କଲେଜ ରାସ୍ତା ପାଶ୍ୱର୍ରେ ଶଶି ମନିନ ନାମକ ଜଣେ ବ୍ୟକ୍ତି ଏକ ବ୍ରେକେରୀ ସପ ଦୋକାନ କରନ୍ତି । ଦୋକାନରେ ଫୁଲବାଣୀର ଦୁଇଭଉଣୀ ଓ ଅନ୍ୟ ଜଣେ ଯୁବକ କାମ କରନ୍ତି । ଦୋକାନ ମାଲିକ ଶଶି ତାଙ୍କର ଅନ୍ୟ ସ୍ଥାନରେ ଦୋକାନ ଥିବାରୁ ସେ ଦୋକାନକୁ ପ୍ରାୟ ସମୟ ଆସନ୍ତି ନାହିଁ । ଦୁଇ ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀକୁ ନୂଆପଲ୍ଲୀ ଅଂଚଳରେ ଥିବା ଏକ ବସ୍ତିର ଜଣେ ଯୁବକ ପ୍ରେମ କରୁଥିଲେ । ଯାହାକୁ ଯୁବତୀ ଜଣଙ୍କ ବିରୋଧ କରି ଆସୁଥିଲେ । ଯୁବତୀ ଦୋକାନ ବନ୍ଦ ହେବା ପରେ ଚାଲି ଚାଲି ଯାଉଥିବା ସମୟରେ ଅନେକ ଥର ହଇରାଣ କରୁଥିଲା ଯୁବକ ଜଣଙ୍କ । ସପ୍ତାହ ତଳେ ଯୁବତୀ ଜଣଙ୍କ ଯୁବକଙ୍କୁ ତାଗିଦ କରିବା ସହ ମୋ ସାଥିରେ ଲାଗିଲେ ଭଲ ହେବ ନାହିଁ ବୋଲି ଚେତାବନୀ ଦେଇଥିଲେ । ବିଫଳ ପ୍ରେମିକ ତାର ଅନ୍ୟ ଜଣେ ସାଙ୍ଗକୁ ଧରି ଆଜି ଅପରାହ୍ନ ସମୟରେ ହଠାତ ଦୋକାନ ନିକଟକୁ ଆସିଥିଲା । ଦୋକାନରେ ଦୁଇ ଭଉଣୀଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ଥିଲେ । ଦୋକାନ ଭିତରେ ପଶି ଯୁବକ ଜଣଙ୍କ ଯୁବତୀଙ୍କୁ ବାହାରକୁ ଡାକିଥିଲେ । ଯୁବତୀ ଜଣଙ୍କ ମନା କରିବାରୁ ଦୁଇ ଯୁବକ ଅତର୍କିକ ଭାବେ ଦୋକାନ ଭିତରେ ପଶି ଛୁରୀ ଦେଖାଇ ଭୟଭିତ କରିବା ସହ ଆତଙ୍କ ରଚିଥିଲେ । ଅନ୍ୟ କର୍ମଚାରୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ଛୁରୀରେ ଦୁଇ ଯୁବକ ଆକ୍ରମଣ କରିଥିଲେ । ଦୋକାନ ଭିତରେ ଚିକôାର ଶୁଣି ଅନ୍ୟ ଦୋକାନର କିଛି ଯୁବକ ଆସି ଜଣଙ୍କୁ କାବୁ କରିନେଇଥିବାବେଳେ ଅନ୍ୟ ଜଣେ ଖସି ପଳାଇଥିଲା । ପରେ ଧରାପଡିଥିବା ଯୁବକକୁ ଉତମ ମଧ୍ୟମ ଦେଇ ଲୋକେ ନୂଆପଲ୍ଲୀ ପୁଲିସକୁ ଖବର କରିଥିଲେ । ନୂଆପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଚିଂ ଅଭିଯୁକ୍ତକୁ କାବୁ କରି ଥାନାରେ ପଚରାଉଚରା କରୁଛି ।