ଅନ୍ତବସ୍ତ୍ର ଉପରେ ଟ୍ରାନ୍ସପେରେଣ୍ଟ ପିପିଇ ପିନ୍ଧି ମହିଳା ନର୍ସ କରୁଥିଲେ କରୋନା ଚିକିତ୍ସା : ଫଟୋ ହେଲା ଭାଇରଲ ପରେ ଚାକିରୀ ଗଲା

ମସ୍କୋ : ଜଣେ ସେବିକା ବା ନର୍ସ କେବଳ ଅନ୍ତବସ୍ତ୍ର ପିନ୍ଧି ତାଉପରେ ସ୍ୱଚ୍ଛ ପିପିଇ ବା  transparent PPE kit ପିନ୍ଧି ଚିକିତ୍ସା କରୁଥିଲେ । ଏହି ଓ୍ୱାର୍ଡରେ କେବଳ ପୁରୁଷ କୋଭିଡ୍‌ ଆକ୍ରାନ୍ତମାନଙ୍କୁ ଚିକିତ୍ସା କରାଯାଉଥିଲା ।  ଏହି ମହିଳା ନର୍ସ ଜଣକ transparent PPE kit ପିନ୍ଧି ଚିକିତ୍ସା କରୁଥିବା ବେଳେ ତାଙ୍କର ଫଟୋ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହାପରେ ସମ୍ପୃକ୍ତ ମହିଳା ନର୍ସକୁ କାମରୁ ନିଲମ୍ବିତ କରାଯାଇଛି ।

ଅତ୍ୟଧିକ ଗରମ ହେଉଥିବାରୁ  ସେ କେବଳ ଅନ୍ତବସ୍ତ୍ର ପିନ୍ଧିଥିଲେ ବୋଲି କହିଛନ୍ତି। ଗରମ ପ୍ରବଳ ହେଉଥିବାରୁ ସେ ଅନ୍ତବନ୍ତ୍ର ଉପରେ ସ୍ୱଚ୍ଛ ବା ସବୁ ଦେଖାଯାଉଥିବା ପିପିଇ ପିନ୍ଧିଥିଲେ । ପିପିଇ ପିନ୍ଧି କାମ କରୁଥିବା ବେଳେ ସ୍ୱାସ୍ଥ୍ୟକର୍ମୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା  କଥା କହିଛନ୍ତି । ମାତ୍ର କରୋନା ସିଧାସଳଖ ସମ୍ପର୍ଶରେ ଆସୁଥିବାରୁ ହେଉଥିବାରୁ ଏବେ ପିପିଇ ପିନ୍ଧିବା ଅନିବାର୍ଯ୍ୟ ହୋଇଯାଇଛି। ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟକର୍ମାମାନେ ପିପିଇ ପିନ୍ଧି ଚିକିତ୍ସା କରୁଥିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କଥା କହିଛନ୍ତି ।ନର୍ସ ଜଣଙ୍କୁ ୨୦ ବର୍ଷ ବୋଲି ଜଣା ପଡିଛି । ସେ ପିପିଇ କିଟ୍‌ ଟ୍ରାନସ୍‌ପାରେଣ୍ଟ ବୋଲି ଜାଣି ନଥିବା ସଫେଇ ଦେଇଛନ୍ତି।  transparent PPE kit ବହୁତ ଗରମ ହେଉଥିବାରୁ ସେ କିଛି ପୋଷାକ ପିନ୍ଧି ନଥିଲେ କେବଳ ଅନ୍ତବସ୍ତ୍ର ପିନ୍ଧିଥିଲେ ବୋଲି କହିଛନ୍ତି। ଏହା ପ୍ରଥମେ ସେଠାକାରେ ସ୍ଥାନୀୟ ଖବର କାଗଜରେ ପ୍ରକାଶ ପାଇଥିଲା 

ନିଲମ୍ବିତ କରାଯାଇଥିବା ଏହି ନର୍ସଙ୍କ ନାମ ଋଷ୍‌ ପକ୍ଷରୁ ପ୍ରକାଶ କରାଯାଇ ନାହିଁ । ଋଷ୍‌ରେ ଟୁଲାରେ ଥିବା ଡାକ୍ତରଖାନାରେ ଏହି ନର୍ସ ଜଣଙ୍କ କାମ କରୁଥିଲେ । ଏହା ମସ୍କୋଠାରୁ ୧୦୦ ମାଇଲ୍ ଦୂରରେ ରହିଛି ।  କେହି ଜଣେ କୋରନା ଆକ୍ରାନ୍ତ ତାଙ୍କ ଫଟୋ ଉଠାଇ ସୋସିଆଲ୍‌ ମଡିଆରେ ପୋଷ୍ଟ କରିଥିଲେ । ଏହାପରେ ଏହା ଭାଇରାଲ୍‌ ହୋଇଥିଲା । ମାତ୍ର କୌଣସି ଆକ୍ରାନ୍ତ ତାଙ୍କର ପୋଷକ ବିଷୟରେ ଅଭିଯୋଗ କରି ନଥିଲେ। ମାତ୍ର ଡାକ୍ତରଖାନାର ଅଧିକାରୀମାନେ ଘଟଣାର ତଦ୍ତ କରିବା ପରେ ସମ୍ପୃକ୍ତ ନର୍ସଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ।