ଜାଣନ୍ତୁ ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ କିଭଳି ଥିଲା ସୁରକ୍ଷା ସହ ସାମାଜିକ ଦୂରତା

ଭୁବନେଶ୍ୱର: ଓଡିଶା ଆସି ଦିଲ୍ଲୀ ଫେରିଯାଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି l ପ୍ରାୟ ୪ ଘଣ୍ଟାର ଓଡିଶା ଗସ୍ତ ସମୟରେ ମୋଦିଙ୍କ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା l କିନ୍ତୁ ସବୁରି ମୂଳରେ ଥିଲା କରୋନା ସଂକ୍ରମଣ ଭୟ l ସେଥି ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ସ୍ପେଶାଲ ଅପରେସନ ଗୁପ ଏସପିଜିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପୋଲିସ ସମସ୍ତେ ଥିଲେ ଚିନ୍ତାରେ l

ମୋଦିଙ୍କ ସୁରକ୍ଷା ପାଇଁ ରାତାରାତି ଦିଲ୍ଲୀରୁ ଭୁବନେଶ୍ଵର ଆସିଥିଲେ ଏସପିଜି କମାଣ୍ଡୋମାନେ l ଆଇଜି ଯଶବନ୍ତ ଜେଠୁୱl ଏବଂ ତାଙ୍କ ଟିମ ସକାଳୁ ସକାଳୁ ବିମାନ ବନ୍ଦରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଟିକିନିଖ ଯାଞ୍ଚ କରିଥିଲେ l ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷାସୁରକ୍ଷା ବ୍ୟବସ୍ଥା ବ୍ଲ୍ୟୁ ବୁକ ଅନୁଯାୟୀ କରାଯାଇଥିଲା l କିନ୍ତୁ କୋଭିଡ଼-୧୯ ପାଇଁ ବିମାନ ବନ୍ଦରର ସୁରକ୍ଷା ସହ ସୋସିଆଲ ଡିସଟାନ୍ସ ଓ ସାନିଟାଇଜେସନ ଉପରେ ସବୁଠାରୁ ଅଧିକ ଫୋକସ ଦିଆଯାଇଥିଲା l

ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ମୁତୟନ ହୋଇଥିବା ଓଡ଼ିଶା ଆର୍ମଡ ପୋଲିସର ୨୫ ଜଣ ସାଦା ପୋଷାକ ଧାରି ପୋଲିସ କର୍ମଚlରୀଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା l ସମସ୍ତଙ୍କର ନେଗେଟିଭ ବାହାରିବା ପରେ ସେମାନଙ୍କୁ ଦିନ ୧୨ଟା ପରେ ବିମାନ ବନ୍ଦର ଭିତରେ ଡ୍ୟୁଟିରେ ଲଗାଯାଇଥିଲା l

ମୋଦିଙ୍କ ପହଞ୍ଚିବା ପୂର୍ବରୁ ବିମାନ ବନ୍ଦରର ସବୁ କର୍ମଚାରୀଙ୍କ ଦେହର ତାପମାତ୍ରା ମପାଯାଇଥିଲା ।

ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ସମସ୍ତ ଭିଆଇପି ଏବଂ ଭିଭିଆଇପିଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବା ସହ ହାତ ସାନିଟାଇଜ କରାଯାଇଥିଲା l ୧୫ ଜଣ କର୍ମଚାରି ମଧ୍ୟ ପିପିଇ କିଟ ବ୍ୟବହାର କରିଥିଲେ l ସମସ୍ତ ପୋଲିସ କର୍ମଚାରୀଙ୍କୁ ମାସ୍କ ଏବଂ ହାତରେ ଗ୍ଳୋବ୍ସ ପିନ୍ଧିବା ବାଧ୍ଯତା ମୂଳକ କରାଯାଇଥିଲା l

ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାତାରାତି ବିମାନ ବନ୍ଦର ଭିତରେ ତିଆରି ହୋଇଥିଲା ଅସ୍ଥାୟୀ ଘର l ଯେଉଁଠି ୨୫ ଜଣ ବସି ଆଲୋଚନା କରିପାରିବେ l କିନ୍ତୁ ସେଠାରେ ମଧ୍ୟ ସୋସିଆଲ ଡିସଟାନସିଂ କୁ ଅଧିକ ଗୁରୁତ୍ଵ ଦିଆଯାଇଥିଲା l ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ୪ ଫୁଟରୁ ୬ ଫୁଟ ଦୂରତା ଉପରେ ଧ୍ୟାନ ଦିଆଯାଇଥିଲା l ପ୍ରଧାନ ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ବାରମ୍ଵାର ବୈଠକ ଘରକୁ ସାନିଟାଇଜ କରାଯାଇଥିଲା l

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି, କିନ୍ତୁ ପୂର୍ବରୁ ଏ ଭଳି ସୁରକ୍ଷା ବ୍ୟବସ୍ଥା କେବେ ହୋଇ ନ ଥିଲା l ପ୍ରଥମ ଥର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଯେପରି ଗୁରୁତ୍ଵ ଦିଆଯାଇଥିଲା, ସେହି ପରି କୋଭିଡ଼-୧୯ ପାଇଁ ସୋସିଆଲ ଡିସଟାନସିଂ ଓ ସାନିଟାଇଜେସନ୍‌ ଉପରେ ଗୁରୁତ୍ଵ ଦିଆଯାଇଥିଲା l

ମୋଦି ବାତ୍ୟା କ୍ଷତିଗସ୍ତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଆସିବେ ବୋଲି ରାତାରାତି ରାଇପୁରରୁ ଭାରତୀୟ ବାୟୁ ସେନାର ୩ଟି ହେଲିକପଟର ଭୁବନେଶ୍ଵର ଆସିଥିଲା l ସେଥିରୁ ଗୋଟିଏ ହେଲିକପଟରରେ ନରେନ୍ଦ୍ର ମୋଦି, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ l

ଭାରତୀୟ ବାୟୁ ସେନାର ଯେଉଁ ହେଲିକପଟରରେ ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟପାଳ ବାତ୍ୟା କ୍ଷତିଗସ୍ତ ଜିଲ୍ଲା ଅନୁଧ୍ୟାନ ପାଇଁ ଯାଇଥିଲେ ସେଥିରେ ମଧ୍ଯ ସୋସିଆଲ ଡିସଟାନସିଂକୁ ଗୁରୁତ୍ଵ ଦିଆଯାଇଥିଲା l ହେଲିକ୍ୟାପଟର ଭିତରେ ବସିବା ବେଳେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତାକୁ ପାଳନ କରିଥିଲେ ସମସ୍ତେ ।

ମୋଦିଙ୍କ ସୁରକ୍ଷା ପାଇଁ ଆସିଥିବା ୩ଟି ହେଲିକ୍ୟାପଟର ମଧରୁ ଗୋଟିଏ ତାଙ୍କ ଏସକର୍ଟ ଡ୍ୟୁଟିରେ ନିୟୋଜିତ ହୋଇଥିଲା l ଆଉ ଗୋଟିଏ ହେଲିକlପଟର ଜରୁରୀକାଳିନ ଡ୍ୟୁଟିରେ ଥିଲା l

Leave a Reply

Your email address will not be published. Required fields are marked *