ଆସନ୍ତାକାଲି ମୁମ୍ବାଇ ବିମାନ ବନ୍ଦରରୁ ୨୫ଟି ବିମାନ ଚଳାଚଳ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଆସନ୍ତାକାଲି ମୁମ୍ବାଇ ବିମାନବନ୍ଦରରେ ବିମାନ ଉଡ଼ାଣ ଭରିବା ସହ ଅବତରଣ କରି ପାରିବ | ପ୍ରଥମେ ୨୫ଟି ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଇଥିବା ନେଇ ରାଜ୍ୟମନ୍ତ୍ରୀ ନବାବ ମଲିକ ସୂଚନା ଦେଇଛନ୍ତି