ପାକିସ୍ତାନରେ କ୍ଷୀର ଲିଟର ୧୨୦, ଚା’ ପତି ୮୦୦ରୁ ୯୦୦ ଆଉ ଗ୍ୟାସ୍ ସିଲିଣ୍ଡର ୩୦୦୦ ; ଚା କପେ ପିଇବାକୁ ଡରୁଛନ୍ତି ଲୋକ

ପାକିସ୍ତାନରେ କପେ ଚା’ର ଦର ଏତେ ଯେ କିିଣିବାକୁ ଅସହାୟ ମନେ କରୁଛନ୍ତି ପାକିସ୍ତାନର ସାଧାରଣ ଜନତା । କାରଣ ଖିର , ଚିନି ଆଉ ଚା’ ପତି ଏତେ ଚଢା ଯାହା ଫଳରେ ଚା’ ବେପାର କରିବାକୁ ଡରୁଛନ୍ତି ବ୍ୟବସାୟୀ । ଆଉ ଯେଉଁ କେତେ ଜଣ ଷ୍ଟଲ ଚଳାଇଛନ୍ତି କପେ ଚା’କୁ ଚଢା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି । ଭାରତକୁ ନାଲି ଆଖି ଦେଖାଇ ଆତଙ୍କବାଦୀଙ୍କ ପଛରେ ଆଖିବୁଜା ଟଙ୍କା ଖର୍ଚ୍ଚ କରିବାରେ ଲାଗିଛି ପାକିସ୍ତାନୀ । ଏତେ ଦେଶବାସୀଙ୍କ ଅବସ୍ଥା ଶୋଚନୀୟ । ଖାଦ୍ୟ ସାମଗ୍ରୀ ଦର ଦାମ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏଠାରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।

ଗତ ବର୍ଷରୁ ପାକିସ୍ତାନର ଆର୍ଥିକ ଅବସ୍ଥା ଏପରି ବିଗିଡିଯାଇଛି ଯେ ଖାଦ୍ୟ ସାମଗ୍ରୀ କିଣିବା ଲୋକଙ୍କ ପାଇଁ କାଠିକର ପାଠ ହେଉଛି । ସ୍ଥିତି ଏପରି ହୋଇଛି ଯେ ଚା’ କପେ ପିଇବା ବି ଲୋକଙ୍କ ଭାଗ୍ୟରେ ଜୁଟୁନି । ଏଠାରେ ଚିନି , ଚା’ ପତି ଠାରୁ ଆରମ୍ଭ କରି ଖିର, ଟି ବ୍ୟାଗ୍, ରନ୍ଧନ ଗ୍ୟାସ ସବୁ ଦର ବୃଦ୍ଧି ଯୋଗୁଁ ଚା’ ଦାମ ମଧ୍ୟ ବଢିଛି । ଏଠାରେ କପେ ଚା’କୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ସାଧାରଣ ଲୋକେ କପେ ଚା’ କିଣିବାକୁ ବି ଅସମର୍ଥ । ପାକିସ୍ତାନରେ ଖିର ଲିଟରକୁ ୧୨୦ ଟଙ୍କା ହୋଇଥିବାବେଳେ ଚା’ ପତିକୁ ୮୦୦ରୁ ୯୦୦ ଟଙ୍କା । ଗ୍ୟାସ୍ ସିଲିଣ୍ଡର ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏପରି ଦରଦାମ ବୃଦ୍ଧି ଯୋଗୁଁ ଚା ବିକ୍ରି କରି ପରିବାର ପୋଷୁଥିବା ବ୍ୟବସାୟୀଙ୍କ ଅବସ୍ଥା ବି ଶୋଚନୀୟ ହୋଇପଡିଛି ।

ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲରେ ଭାରତ ପାକିସ୍ତାନକୁ ଚିନି ଓ ଗହମ ରପ୍ତାନୀ କରିବାକୁ ଚାହୁଁଥିଲେ ବି ପାକିସ୍ତାନ ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ଯେପର୍ଯ୍ୟନ୍ତ କାଶ୍ମୀରରେ ୩୭୦ ଧାରା ପୁନର୍ବାର ଲାଗୁ ନହୋଇଛି ସେଯାଏଁ ଭାରତର କୌଣସି ସାହାଯ୍ୟ ଗ୍ରହଣ କରିବ ନାହିଁ ବୋଲି ପାକିସ୍ତାନ କହିଥିଲା ।

Leave a Reply

Your email address will not be published. Required fields are marked *