କେବଳ ଗୋଟିଏ କ୍ଲିକ୍ ଆଉ କଲ୍ ରେ ଘରେ ଆଣି ଜିନିଷ ପହଞ୍ଚାଇଦେଵ ଏଜିସି କାର୍ଟ
ଭୁବନେଶ୍ୱର : ସାଂପ୍ରତିକ କରୋନା ସମୟରେ ଲୋକମାନେ ବାହାରକୁ ନ ଯାଇ ନିଜର ଆବଶ୍ୟକୀୟ ସାମଗ୍ରୀ କିଭଳି ଘରେ ବସି ପାଇ ପାରିବେ,ଏହି ଉଦ୍ଦେଶ୍ୟରେ ଜନସାଧାରଣଙ୍କୁ ସହଜରେ ସେବା ଯୋଗାଇବା ଲକ୍ଷ୍ୟରେ ଆଗକୁ ଆସିଛି ଅରୋଶ୍ରୀ ଗ୍ରୁପ୍।ଏହି ଗ୍ରୁପ୍ ଦ୍ୱାରା ପରିଚାଳିତ www.agckart.com ଏଜିସି କାର୍ଟ ଆଜି ବିଧିବଧ ଭାବେ ଉନ୍ମୋଚିତ ହୋଇଛି।ମୂଖ୍ୟ ଅତିଥି ରୂପେ ଭୁବନେଶ୍ୱର ମହାନଗର ନିଗମର ଜୋନାଲ୍ ଡେ଼ପୁଟି କମିଶନର୍ ଅଂଶୁମାନ ରଥ ଓ ସମ୍ମାନିତ ଅତିଥି ରୂପେ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡ଼ର୍ ଓ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଏଜିସି କାର୍ଟ ଖୁବଶୀଘ୍ର ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ। ଅତିଥିମାନେ କହିଥିଲେ ଯେ,ଅନ୍ୟ କମ୍ପାନୀ ଅପେକ୍ଷା ଏଜିସି କାର୍ଟର କିଛି ସ୍ୱତନ୍ତ୍ର ସୁବିଧା ରହିଛି।ଏହା ଯେକୌଣସି ପରିବାର ପାଇଁ ସୁହାଇବ।ଏଥିରେ କୌଣସି ସର୍ବନିମ୍ନ ରାଶି ରଖାଯାଇ ନାହିଁ। ଜରୁରୀ ସାମଗ୍ରୀ ମଗାଇବା ପାଇଁ,ଅର୍ଥାତ୍ ଗ୍ରାହକ ଚାହିଁଲେ ୫୦ ଟଙ୍କାର ସାମଗ୍ରୀ ମଧ୍ୟ ଅର୍ଡର କରିପାରିବେ।ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ହୋମ୍ ଡେଲିଭରି ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ବରଦାନ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଡିଜିଟାଲ୍ ମାର୍କେଟିଂର ଚାହିଦାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ପାଇଁ ସେବା ଓ ଅଫର୍ କ୍ଷେତ୍ରରେ ଏଜିସି କାର୍ଟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିଥିବୃନ୍ଦ ମତ ଦେଇଛନ୍ତି। ଏହି ଅବସରରେ ଏଜିସି କାର୍ଟର ପରିଚାଳକ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି ଯେ,ପ୍ରଥମ ପର୍ଯ୍ୟାୟରେ ହୋମ୍ ଡେଲିଭରି ବର୍ତ୍ତମାନ ରାଜଧାନୀ ପାଇଁ ଉପଲବ୍ଧ,ଖୁବଶୀଘ୍ର ଏହା କଟକର ସବୁ ଅଂଚଳରେ ଏହି ସେବାକୁ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି।ଘରେ ବସି ଲୋକମାନେ ଦୁଗ୍ଧ,ମାଂସ,ରାସନ ଓ ପନିପରିବା ଅର୍ଡର ଦେଇ ପାରିବେ ଓ ଠିକ୍ ସମୟରେ ଲୋକଙ୍କ ଠାରେ ଜିନିଷ ପହଁଚାଇ ଦେବାକୁ ଆମେ ସଂକଳ୍ପବଧ ବୋଲି କହିଥିଲେ।ସୂଚନାଯୋଗ୍ୟ ଯେ ଗୁଗୁଲ୍ ପ୍ଲେଷ୍ଟୋର୍ ଏବଂ ଆପଲ୍ ଷ୍ଟୋରରୁ ଏଜିସି କାର୍ଟର ଆପ୍ ଡାଉନଲୋଡ୍ କରିହେବ। ଏହି କାର୍ଯ୍ୟକ୍ରମଟି କ୍ରିଏଟିଭ୍ ଏଜେନ୍ସି ଆଣ୍ଡ୍ କମ୍ୟୁନିକେସନ୍ ଦ୍ୱାରା ପରିଚାଳିତ ହୋଇଥିଲା। ଟୋଲ୍ ଫ୍ରି ନମ୍ବର-୧୮୦୦-୧୨୦-୭୭୬୭ ୱେବ-www.agckart.com