ସି.ଏଫ୍.ଏ.ଆର୍ ପକ୍ଷରୁ ଶ୍ରମିକ ମାନଙ୍କ ପାଇଁ ସଚେତନତା ସଭା

ଗତ ୧୮.୧୧.୨୦ ରେ ସି.ଏଫ୍.ଏ.ଆର୍  ପକ୍ଷରୁ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡରେ ଥିବା ସାମାଜିକ ଯୋଜନାକୁ ସଶକ୍ତ ଓ ଦାୟିତ୍ୱଧୀନତା ସୃଷ୍ଟି କରିବା ଉଦେଶ୍ୟରେ ଏକ ସଚେତନତା ବୈଠକ ନୂଆପଲ୍ଲୀସ୍ଥିତ ୱାଇଏମ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।ବିଭିନ୍ନ ସାହିରୁ ୩୦ ଜଣ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ  ଯୋଗ ଦେଇଥିଲେ।
ବୈଠକ ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ପରିଚାଳିକା ଶ୍ରୀମତୀ ମମତା ସିଂ ଆଗନ୍ତୁକ ଅତିଥି ମାନଙ୍କ ସ୍ୱାଗତ କରିବା ସହ ଶ୍ରମିକ ମାନଙ୍କ ସମସ୍ୟା ଓ ଏହାର ଆଶୁ ସମସ୍ୟା ଏବଂ କାର୍ଯ୍ୟକ୍ରମ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ଶ୍ରୀ ସୁକାନ୍ତ କୁମାର ସାହୁ ପ୍ରୟାସ ସିଙ୍ଗଲ ଉଇଣ୍ଡୋର ଉତ୍ପତ୍ତି,କାର୍ଯ୍ୟପ୍ରଣାଳୀ ଓ  ସରକାରୀ ଯୋଜନାରେ ବସ୍ତି ଲୋକମାନେ ଅନ୍ତଭୁକ୍ତ ହୋଇ ନିଜ ଅଧିକାର ସାଵସ୍ତ୍ୟ କରିବାରେ କେତେ ଉପଯୁକ୍ତ ହୋଇଛି ସେ ବିଷୟରେ ବିବରଣୀ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ପରିଡା ଯୋଗ ଦେଇ ଅଣ ସଂଗଠିତ ଶ୍ରମିକ ମାନଙ୍କ ଦାବି ଓ ଅଧିକାର ଉପରେ ଭାଷଣ ଦେଇଥିଲେ।ଶ୍ରମ ବିଭାଗ ଦ୍ଵାରା ଦିଆଯାଉଥିବା ଅନ୍ ଲାଇନ୍ ସୁବିଧାର ବିଫଳତା, ସାଧାରଣ ଶ୍ରମିକ ପାଖେ ସ୍ମାର୍ଟ ଫୋନ୍ କମ୍ପୁଟରର ଅସୁବିଧା ଓ ଦଲାଲ ମାନଙ୍କ ଶୋଷଣରୁ ବଂଚିବା ପାଇଁ ସିଙ୍ଗଲ ଉଇଣ୍ଡୋ ବିଭିନ୍ନ ବସ୍ତିରେ ସହାୟତା କେନ୍ଦ୍ରରେ ସୁବିଧା ସହଜରେ ଉପଲବ୍ଧ ବୋଲି ପରାମର୍ଶ ଦେଇଥିଲେ।ଏହା ସହ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ନିଜର ନାମ ବିନା ଦେୟରେ ପଞ୍ଜିକରଣ ପାଈଁ ପରାମର୍ଶ ଦେଲେ।ଶ୍ରୀଯୁକ୍ତ ଘସିରାମ ପଣ୍ଡା ନିଜ ଭାଷଣ ଜରିଆରେ ସି.ଏଫ୍.ଏ.ଆର୍ ପ୍ରତିଷ୍ଠିତ ସହାୟତା କେନ୍ଦ୍ରର ଭୁୟଶୀ ପ୍ରସଂଶା କରିବା ସହିତ ଶ୍ରମିକ କଲ୍ୟାଣ ବୋର୍ଡ,ଶ୍ରମିକ ସଂଗଠନ,ସାମାଜିକ ସଂଗଠନର ମିଳିତ ଭାବେ ଶ୍ରମିକ ମାନଙ୍କ କଲ୍ୟାଣ ସାଧନ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଗଲେ ଶ୍ରମିକ ମାନେ ଆଗାମୀ ଦିନରେ ଉପକୃତ ହେବେ।
ପ୍ରମୂଖ ଅତିଥି ମାନେ ନିଜର ଭାଷଣ ମାଧ୍ୟମରେ ଏହା କହିଲେ ଯେ ଶ୍ରମିକ ମାନଙ୍କ ଏକତା ହିଁ ଶ୍ରମିକ ମାନଙ୍କ ସମସ୍ୟା ଦୂର କରିବା ସହିତ
ସି.ଏଫ୍.ଏଆର୍ ପ୍ରତିଷ୍ଠିତ ସହାୟତା କେନ୍ଦ୍ର ଶ୍ରମିକ ମାନଙ୍କ ନାର୍ଯ୍ୟା ଦାବି ପୂରଣ କରିବା ସହିତ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସହଯୋଗୀ ନିମନ୍ତେ ଯାହା ଆଶା କରିବେ ତାହାକୁ ଅକୁଣ୍ଠ ଚିତରେ ଯୋଗାଇ ଦେବେ ବୋଲି କହିଛନ୍ତି।ସି.ଏଫ୍.ଏ.ଆର୍ ପକ୍ଷରୁ ବିଭିନ୍ନ ରାଜ୍ୟର ରାଜ୍ୟ ପ୍ରକଳ୍ପ ପରିଚାଳକ ମାନେ ନିଜ ନିଜର ଅଭିଜ୍ଞତା ଅନ୍ ଲାଇନ୍ ମାଧ୍ୟମରେ ବର୍ଣ୍ଣନା କରିଥିଲେ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ରାଜକୁମାର ପାଢୀ,ବିଷ୍ଣୁପ୍ରିୟା ସାହୁ,ଅଭିଲିପ୍ଶା ଜେନା ଓ ମନୋଜ କୁମାର ପରିଡା ସଭା ସହଯୋଗ କରିଥିବା ବେଳେ ମିଲିନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *