ଭୁବନେଶ୍ୱର ମିଉଜିକ୍ ସିଜଲର୍ସ ପକ୍ଷରୁ ବାହୁଡ଼ାରେ ଭଜନ ସଂଧ୍ୟା

ଭୁବନେଶ୍ବର,୨୦।୭ : ଚାଲିଛି ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା । କରୋନା କଟକଣା ହେତୁ ଭକ୍ତଙ୍କ ସମାଗମରେ ଲାଗିଛି ରୋକ, ମାତ୍ର ବିଭିନ୍ନ ମାଧ୍ୟମରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ନିଜର ଭାବ ପ୍ରକାଶ କରିବାରେ ସକ୍ଷମ ହୋଇଛନ୍ତି। ଭକ୍ତ , ବାହୁଡ଼ା ସମୟରେ ଗୁଗୁଲ ମିଟ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରାଯାଇଥାଏ। ଭଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଗତ ଦୁଇ ବର୍ଷ ହେବ କରୋନା କଟକଣା ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଛି। ଯେପରି ସବୁ ସମସ୍ୟାର ସମାଧାନ ରହିଛି। ସେହି ପରି ନୂଆ ନୂଆ ଉପାୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ଓ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଭୁବନେଶ୍ୱର ମିଉଜିକ୍ ସିଜଲର୍ସ ପକ୍ଷରୁ ବାହୁଡା଼ ରେ ଜଗନ୍ନାଥଙ୍କର ସୁନ୍ଦର ଭଜନ ହେ କଳାଦିଅଁ, ଦୁନିଆ ଦୁଃଖ ବାହୁଡ଼ି ନିଅ ପରିବେଷଣ କରାଯାଇଥିଲା। ଅନେକ ଭକ୍ତ ଜଗନ୍ନାଥ ଙ୍କ ଅଙ୍ଗେ ନିଭାଇଥିବା ନିଜସ୍ଵ ଅନୁଭୂତି ବାଣ୍ଟି ଥିବା ବେଳେ ଅନେକ କବିବୃନ୍ଦ ଜଗନ୍ନାଥଙ୍କୁ ସମର୍ପିତ ଜଣାଣ ଗାନ କରିଥିଲେ। ବୈଷ୍ଣବ କୈଳାଶ , ସୁଶାନ୍ତ ପାଣି, କାବୁ, ସୀମା ମହାନ୍ତି, ମଧୁଲତା, ପୂଜା ପ୍ରତ୍ୟୁଷା, ଆକାଂକ୍ଷା ପ୍ରଭୁତି ନିଜର ଅନୁଭୂତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଭୁବନେଶ୍ୱର ମିଉଜିକ ସିଜଲର୍ସ ର ଅଧକ୍ଷ କୁମାର ଗୌରବ ଓ ପ୍ରସନ୍ନ ସାହୁ କାର୍ଯ୍ୟକ୍ରମକୁ ପରିବେଷଣ କରି ପରିବେଶକୁ ଭାବମୟ କରିଥିଲେ।

Facebook Comments

Leave a Reply

Your email address will not be published. Required fields are marked *