ରୋଗୀ ଚଳପ୍ରଚଳ ପାଇଁ ଭୁବନେଶ୍ୱରରେ ହେଲା ଗ୍ରୀନ କରିଡର;ଗ୍ରୀନ କରିଡର କରି ରୋଗୀଙ୍କୁ ଆମ୍ବୁଲାନ୍ସରେ ନିଆଗଲା ଏୟାରପୋର୍ଟ,ଆପୋଲ ହସ୍ପିଟାଲରୁ ଏୟାରପୋର୍ଟ ଯାଏଁ କରାଗଲା ଗ୍ରୀନ କରିଡର,ଆମ୍ବୁଲାନ୍ସ ଗଲାବେଳେ ଆପୋଲୋରୁ ଏୟାରପୋର୍ଟ ରାସ୍ତାରେ ଚଳପ୍ରଚଳ ବନ୍ଦ,ଭୁବନେଶ୍ୱର ବିମାନବନ୍ଦରରୁ ଜଣେ ସ୍ୱତନ୍ତ୍ର ରୋଗୀଙ୍କୁ ଚେନ୍ନାଇ ନିଆଗଲା

ଭୁବନେଶ୍ୱର : ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ ପୁଲିସ ଯୋଗାଇ ଦେଲା ଗ୍ରୀନ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ୍‌ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି।

ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ। ଆଜି ଅପରାହ୍ନ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି ବାହାରିଥିଲା। ଏଥିପାଇଁ ଆପୋଲୋ ହସ୍ପିଟାଲରୁ ବିମାନ ବନ୍ଦର ଯାଏଁ ରାସ୍ତାକୁ ସଂପୂର୍ଣ୍ଣ ଗ୍ରୀନ କରିଡ୍‌ର କରାଯାଇଥିଲା। ଭୁବନେଶ୍ୱର ଟ୍ରାଫିକ ଡିସିପି ସୌମ୍ୟ ମିଶ୍ର ଏହି ଗୁରୁତର ରୋଗୀଙ୍କ ଗ୍ରୀନ କରିଡର ବ୍ୟବସ୍ଥା କରିଥିବାରୁ ତାଙ୍କ ଉଦ୍ୟମକୁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *