- ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏକ ଜାତୀୟ ଗଣମାଧ୍ୟମ ଦ୍ଵାରା ହୋଇଥିବା ସର୍ଭେରେ ହୋଇଛନ୍ତି ନମ୍ବର ୧ | ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭୁବନେଶ୍ବରର ବିଜେଡି ବିଧାୟକ ଓ କର୍ମୀ ନବୀନ ନିବାସ ଯାଇ ଜଣାଇଲେ ଅଭିନନ୍ଦନ ।
- ୨ ବିଡିଓଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ । ନବରଙ୍ଗପୁରର ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଓ ମାଲକାନଗିରିର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲ ନିଲମ୍ବିତ । ଝରିଗାଁ JE ସୁନିଲ ସାମଲ ମଧ୍ୟ ନିଲମ୍ବିତ । IHHL ପ୍ରୋଗ୍ରାମରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ