ଓଡ଼ିଆ ଜାତୀୟ ସମ୍ମିଳନୀର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ

ଆଜି ଓଡ଼ିଆ ଜାତୀୟ ସମ୍ମିଳନୀ ତରଫରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି. ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶଙ୍କ ନେତୃତ୍ୱରେ ସଦସ୍ୟ ମାନେ vss ନଗରସ୍ଥ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ରସୁଲଗଡ ଛକସ୍ଥ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏହି ଦୁଇ ପୁଣ୍ୟପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଦସ୍ୟ ମାନେ ହେଲେ ସର୍ବଶ୍ରୀ ପ୍ରଣବ ଛୋଟରାୟ, ସଂଗଠନ ସମ୍ପାଦକ, ନିରାକାର ବେଉରା, ସାଧାରଣ ସମ୍ପାଦକ, ସନାତନ ଦାସ, ସମ୍ପାଦକ,ଗୋଲଖ ପ୍ରସାଦ ସିଂହ, କୋଷାଧକ୍ଷ, ଦିଲ୍ଲୀପ କୁମାର ମହାପାତ୍ର, କୈଳାଶ ଚନ୍ଦ୍ର ମିଶ୍ର, ଆଦିତ୍ୟ ପ୍ରସାଦ ଦାସ, ସନାତନ ନାୟକ, ବିପ୍ର ଚରଣ ନାୟକ, ପ୍ରଦୀପ୍ତ କୁମାର ମହାରଣା, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ବିଜୟଲଷ୍ମୀ ତିରିଆ, ରଶ୍ମିତା ନାୟକ.

Facebook Comments

Leave a Reply

Your email address will not be published. Required fields are marked *