ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା

ଭୁବନେଶ୍ୱର : ଆଜିଠୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି 13 ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା | ଏହି ମେଳା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ | ସର୍ବସାଧାରଣଙ୍କ ନିମନ୍ତେ ମେଳା ପରିସର ଦିନ 10 ଟାରୁ ରାତ୍ର 9 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ | ଏଥିରେ ପ୍ରାୟ 140 ଟି ଷ୍ଟଲ ପଡିଛି | ଆୟୁର୍ବେଦ ସମ୍ବନ୍ଧୀୟ ବୈଦ୍ୟ , ଔଷଧ କମ୍ପାନୀ, ଦେଶୀ ଚିକିତ୍ସା ସମ୍ବନ୍ଧୀୟ ବ୍ୟକ୍ତିବିଶେଷ, ଚାଷୀ, ବନସୁରକ୍ଷା ସମିତି ପ୍ରମୁଖ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି |

Facebook Comments

Leave a Reply

Your email address will not be published. Required fields are marked *