ନେତାଜୀଙ୍କ ଜନ୍ମଜୟନ୍ତୀରେ ମୁଷ୍କାନ୍ ସଂଗଠନ ପକ୍ଷରୁ ବସ୍ତି ପିଲାଙ୍କୁ ପାଠ ପଢା ସାମଗ୍ରୀ ପ୍ରଦାନ

ଭୁବନେଶ୍ୱର : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜଧାନୀର ବରମୁଣ୍ଡା ସ୍ତିତ ରେଣ୍ଟାଲ କଲୋନୀ ବସ୍ତି ଠାରେ ମୁଷ୍କାନ୍ ସଂଗଠନ ପକ୍ଷରୁ ବସ୍ତି ପିଲାମାନଙ୍କୁ ପାଠ ପଢା ସାମଗ୍ରୀ ଯୋଗାଇ ଦିଆ ଯାଇଥିଲା | ବସ୍ତି ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ପାଠ ପଢ଼ା ପ୍ରତି ଉତ୍ସାହ ଆଣିବା ତଥା ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ମୁଷ୍କାନ୍ ସଂଗଠନର କର୍ମକର୍ତ୍ତା ମାନେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ ପିଲା ମାନଙ୍କ ସହ ଭାବବିନିମୟ କରିବା ସହ ଆଗାମୀ ଦିନରେ ଏଭଳି ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |

Facebook Comments

Leave a Reply

Your email address will not be published. Required fields are marked *