ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଭୁବନେଶ୍ୱର : ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ.ଷ୍ଟାଲିନ୍ ମିଶ୍ର,ଓଡିଶା ପ୍ରଦେଶ ଅଧ୍ୟକ୍ଷ ଶ୍ରୀମତୀ ଗୀତା ଚୟିନୀ,ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼.ଚିତ୍ତରଞ୍ଜନ ମହାନ୍ତି ଯୋଗ ଦେଇଥିଲେ।ଏହା ସହିତ ହିନ୍ଦୁ ମହାସଭାର ଅନେକ ରାଜ୍ୟ କର୍ମକର୍ତ୍ତା ଏହି ସଭାରେ ଯୋଗ ଦେଇଥିଲେ।
ସବରକର, ମଦନମୋହନ ମାଲବ୍ୟ, ଶ୍ୟାମା ପ୍ରସାଦ ମୁଖାର୍ଜୀ,ଲାଲା ଲାଜପତ ରାୟଙ୍କ ଭଳି ବିଶିଷ୍ଟ ମହାମନିଷୀଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ମହାସଭାକୁ ଓଡ଼ିଶାର ପୁରପଲ୍ଲୀ ଯାଏଁ ଘରେ ଘରେ ପରିଚିତ କରାଇବା ସହିତ ଆଗାମୀ ଦିନରେ ସଂଗଠନ କୁ ଆହୁରି ମଜବୁତ୍ କରିବା ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ଼.ଷ୍ଟାଲିନ୍ ମିଶ୍ର ତାଙ୍କ ଅଭିଭାଷଣରେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।


ଓଡ଼ିଶାରେ କରୋନା ସଂକ୍ରମଣର ସୁପରିଚାଳନା ପାଈଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ଼.ଷ୍ଟାଲିନ୍ ମିଶ୍ର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁୟଶୀ ପ୍ରସଂଶା କରିବା ସହ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପରେ ମହାସଭା ପକ୍ଷରୁ ସରକାରଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ହିସାବରେ ମହାସଭା କାହାର ସପକ୍ଷରେ ବା ବିପକ୍ଷରେ ? ବୋଲି ଏକ ସାମ୍ବାଦିକ ସମ୍ମିଳନୀ ପ୍ରଶ୍ନର ଉତ୍ତରରେ ଡ.ମିଶ୍ର ଓଡ଼ିଶାର ହିତ ଓ ଓଡ଼ିଶାର ବିକାଶର ବିରୋଧୀଙ୍କ ଆମେ ବିରୋଧୀ ଵୋଲି କହିଛନ୍ତି।ଆଗାମୀ ଦିନରେ ସଂଗଠନକୁ ରାଜ୍ୟବ୍ୟାପୀ ବ୍ୟାପକ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼.ଚିତ୍ତରଞ୍ଜନ ମହାନ୍ତି କହିଛନ୍ତି।ବିଜେଡି କିମ୍ବା ବିଜେପି ସହିତ ମହାସଭା ମେଣ୍ଟ କରିବକି? ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଦେଶ ଅଧ୍ୟକ୍ଷ ଗୀତା ଚୟନ କହିଛନ୍ତି ଯେ, ନିର୍ବାଚନ ବହୁ ସମୟ ଅଛି ଏବେଠୁଏହି ପ୍ରଶ୍ନର ଉତ୍ତର ଦେବା ଅପ୍ରାସଂଗୀକ,୪.୫ କୋଟି ଓଡ଼ିଆଙ୍କ ହିତକୁ ପ୍ରାଥମିକତା ଦେଇ ଉଚିତ ସମୟରେ ମହାସଭା ଏହାର ନିର୍ଣ୍ଣୟ ନେବ।

Facebook Comments

Leave a Reply

Your email address will not be published. Required fields are marked *