ବିରାଟ କୋହଲି ଓ ଅନୁଷ୍କା ଶର୍ମା ହେଲେ କନ୍ୟା ସନ୍ତାନର ଜନକ

ନୂଆ ଦିଲ୍ଲୀ: ବିରାଟ କୋହଲି (Virat Kohli) ଓ ଅନୁଷ୍କା ଶର୍ମା (Anushka Sharma) ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ଗୋଟିଏ କୁନି ପରୀ ସେମାନଙ୍କ ଘରକୁ ଆସିଛି । ପିତା ହେବା ମାତ୍ରେ ବିରାଟକୋହଲି ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କୁ ଏହାର ସୂଚନା ଦେଇଥିଲେ । ଏବେ ବିରୁଷ୍କାଙ୍କ (Virushka) ଏହି କୁନି ପରୀର ପ୍ରଥମ ଫଟୋ ସାମନାକୁ ଆସିଛି ।

ଏହି ଫଟୋକୁ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ଶେୟାର କରିଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରିବାର ବର୍ଗ ଏହି କନ୍ୟା ସନ୍ତାନର ଜନ୍ମକୁ ନେଇ ଖୁବ୍‌ ଖୁସି ଅଛନ୍ତି ।

ବିରାଟ କୋହଲି (Virat welcome Baby Girl) ଏକ ଟ୍ୱିଟ୍ କରି କହିଛନ୍ତି, ‘‘ଆମେ ଆପଣଙ୍କୁ ଏହି ଖବର ଶୁଣେଇ ଖୁସି ଅନୁଭବ କରୁଛୁ ଯେ ଆଜି ଅପରାହ୍ଣରେ ମୁଁ ଓ ଅନୁଷ୍କା ଏକ କନ୍ୟା ସନ୍ତାନର ପିତାମାତା ହୋଇଛୁ । ଆମେ ଆପଣମାନଙ୍କୁ ଆପଣଙ୍କ ପ୍ରେମ, ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଉଛୁ ।’’

ବିରାଟ କୋହଲି ଏହା ବି କହିଛନ୍ତି ଯେ ଉଭୟ ଅନୁଷ୍କା ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି । ‘‘ଆମ ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରୁଥିବାରୁ ଆମ ଖୁସିର ସୀମା ନାହିଁ । ଆମେ ଆଶା କରୁଛୁ ଯେ ଆପଣମାନେ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବେ,’’ ସେହି ଟ୍ୱିଟରେ ସେ ଲେଖିଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ବିରାଟ କୋହଲି ଭାରତ ଫେରି ଆସିଥିଲେ । ଅନୁଷ୍କାଙ୍କ ଯତ୍ନ ନେବା ପାଇଁ ବିରାଟ କୋହଲି ଏବେ ପୈତୃକ ଛୁଟି (paternity leave) ନେଇଛନ୍ତି ।

କ୍ରିକେଟ୍‌ ଖେଳାଳୀ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସେମାନଙ୍କ ପ୍ରଶଂସକମାନେ ପ୍ରେମରେ ‘ବିରୁଷ୍କା’ (Viruksha) ବୋଲି ଡାକନ୍ତି । ୧୧ ଡିସେମ୍ବର ୨୦୧୭ରେ ଏହି ଦମ୍ପତି ଇଟାଲୀରେ ଏକ ବିବାହ କରିଥିଲେ । ସେବେ ଠାରୁ ଏହି ସେଲିବ୍ରିଟି ଦମ୍ପତିଙ୍କୁ ସୋସିଆଲ ମିଡ଼ିଆରେ ବହୁତ ପ୍ରେମ ମିଳିଆସୁଛି । ଏହି ଯୋଡ଼ିକୁ ସେମାନଙ୍କ ପ୍ରଶଂସକମାନେ ବହୁତ ଭଲ ପାଆନ୍ତି ।

Facebook Comments

Leave a Reply

Your email address will not be published. Required fields are marked *