‘ଫେମିନା ମିସେସ ଇଣ୍ଡିଆ ୨୦୨୧’ ସୁନ୍ଦରୀ ପ୍ରତିଯୋଗିତାରେ କଟକର ଝିଅ ଇପସିତା ପ୍ରିୟଦର୍ଶିନୀ ଜିତିଲେ ଫେମିନା ମିସେସ ଇଣ୍ଡିଆ ପର୍ସନାଲିଟି ଟାଇଟଲ

ଭୁବନେଶ୍ବର: ଓଡ଼ିଶାବାସୀଙ୍କପାଇଁ ଖୁସି ଖବର। ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ। ପ୍ରଥମ ଥର ପାଇଁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ‘ଫେମିନା ମିସେସ ଇଣ୍ଡିଆ ୨୦୨୧’ ସୁନ୍ଦରୀ ପ୍ରତିଯୋଗିତାରେ କଟକର ଝିଅ ଇପସିତା ପ୍ରିୟଦର୍ଶିନୀ ଫେମିନା ମିସେସ ଇଣ୍ଡିଆ ପର୍ସନାଲିଟି ଟାଇଟଲ ଜିତିଛନ୍ତି। ଏଥସହ ସେ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ମଧ୍ୟ ହାସଲ କରିଛନ୍ତି। ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ୨୦ ଜଣ ସୁନ୍ଦରୀ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ।

ଫେମିନା ମିସେସ ଇଣ୍ଡିଆ ୨୦୨୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଇପସିତା କିଟର ପୁରାତନ ଛାତ୍ରୀ। ପେସାରେ ସେ ଜଣେ ସଫ୍ଟୱେର ଇଞ୍ଜିନିଅର। ତେବେ ମଡେଲିଂରେ ତାଙ୍କର ବେଶ ସଉକ। ଏହି ବହୁଚର୍ଚ୍ଚିତ ପ୍ରତିଯୋଗିତାରେ ଭାଗ ନେବା ପରଠାରୁ ତାଙ୍କର ସୁନ୍ଦର ନୟନଯୁଗଳକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଆସିଛି। ତେବେ ଫେମିନା ମିସେସ ଇଣ୍ଡିଆ ପର୍ସନାଲିଟି ଟାଇଟଲ ସହ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ଓଡ଼ିଶାର ଅନେକ ସୁନ୍ଦରୀ ପ୍ରତିଯୋଗିତା ଆଶାୟୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Facebook Comments

Leave a Reply

Your email address will not be published. Required fields are marked *