ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କ ବିରୋଧରେ ୭୦୦ ମାମଲା ରୁଜୁ : ଟ୍ୱିଟ୍ କରି ସୂଚନା ଦେଲେ କଙ୍ଗନା

ନୂଆଦିଲ୍ଲୀ : କଙ୍ଗନା ରନାୱତଙ୍କ ଟ୍ୱିଟ୍ ପୁଣି ଥରେ ସମସ୍ତଙ୍କୁ ଚକିତ କରିଛି । ନିକଟରେ କଙ୍ଗନା ଯାହା ଟ୍ୱିଟ୍ କରିଛନ୍ତି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କଙ୍ଗନା ନିଜେ ଟ୍ୱିଟ୍ କରି କହିଛନ୍ତି, ତାଙ୍କ ବିରୋଧରେ ୭୦୦ ମାମଲା ରୁଜୁ କରାଯାଇଛି ଯାହାକୁ ତାଙ୍କ ଭାଇ ହିଁ ହ୍ୟାଣ୍ଡଲ୍ କରୁଛନ୍ତି । କଙ୍ଗନା ହେଉଛନ୍ତି ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କ ବିରୋଧରେ ୭୦୦ ମାମଲା ରୁଜୁ ହୋଇଛି ।

ନିକଟରେ କଙ୍ଗନା ତାଙ୍କର ସମସ୍ତ ମାମଲା ଶିମଲାକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଇନୁରୋଧ କରିଛନ୍ତି କାରଣ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ଜୀବନ ଶିବସେନାର ନେତାଙ୍କ ଠାରୁ ବିପଦ ରହିଛି । ସୁପ୍ରିମକୋର୍ଟରେ ଦେଇଥିବା ଆବେଦନରେ କଙ୍ଗନା କହିଛନ୍ତି, ମହାରାଷ୍ଟ୍ର ସରକାର ଜାଣିଶୁଣି ସେମାନଙ୍କୁ ଶୋଷଣ କରୁଛନ୍ତି । କଙ୍ଗନା ଏବଂ ରଙ୍ଗୋଲି ଦାବି କରିଛନ୍ତି, ଏହି ସବୁ ମାମଲା ସେମାନଙ୍କ ବ୍ୟକ୍ତିତ୍ୱ ଖରାପ କରିବା ଉଦ୍ଦେଶ୍ୟରେ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି, ବାନ୍ଦ୍ରା ସ୍ଥିତ ତାଙ୍କର ଅଫିସ୍ କୁ ପୁନଃନିର୍ମାଣ କରିବା ପାଇଁ କୌଣସି ଆର୍କିଟେକ୍ଟ ପ୍ରସ୍ତୁତ ନୁହଁନ୍ତି, ଯାହାର କାରଣ ପାଲଟିଛି ମୁମ୍ବାଇ ନଗର ନିଗମ । ବିଏମସି ବିରୋଧରେ କଙ୍ଗନା ଏହି ମାମଲା ଜିତି ସାରିଛନ୍ତି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଅଫିସ୍ କୁ ପୁଣିଥରେ ନିର୍ମାଣ କରିବା ପାଇଁ କେହି ରାଜି ହେଉ ନାହାଁନ୍ତି କାରଣ ସେମାନଙ୍କ ଲାଇସେନ୍ସ କ୍ୟାନ୍ସଲ୍ କରିଦେବା ପାଇଁ ବିଏମସି ଧମକ ଦେଇଛି ।

ବିଏମସି ଉପରେ ଅଭିଯୋଗ କରି କଙ୍ଗନା କହିଛନ୍ତି କୋର୍ଟ ବିଏମସିକୁ ସାଇଟ୍ ର ପରିଦର୍ଶନ କରିବାକୁ କହିଥିଲେ, କିନ୍ତୁ ସେମାନେ ଆଉ କଲ୍ ରିସିଭ୍ କରୁନାହାଁନ୍ତି । କଙ୍ଗନା ଟ୍ୱିଟ୍ କରି ନିଜର କଷ୍ଟ ସେୟାର କରିଛନ୍ତି ଏବଂ କହିଛନ୍ତି ସେ ତାଙ୍କ ଅଫିସ୍ କୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି । ଅଭିନେତ୍ରୀ ଏହା ମଧ୍ୟ ଧମକ ଦେଇଛନ୍ତି ଗତ ବର୍ଷ ବାନ୍ଦ୍ରାସ୍ଥିତ ତାଙ୍କ ନୂତନ ନିର୍ମିତ କାର୍ଯ୍ୟାଳୟରେ ବିଏମସିର ବିଧ୍ୱଂସ ଅଭିଯାନରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସେ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ଯୋଜନା କରୁଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ବିଏମସି ବାନ୍ଦ୍ରାସ୍ଥିତ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିଲା । କଙ୍ଗନାଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍) ର ୱାଇ-ପ୍ଲସ୍ ବର୍ଗ ସୁରକ୍ଷା ପାପ୍ତ ହୋଇଛି ।

Facebook Comments

Leave a Reply

Your email address will not be published. Required fields are marked *