Fast News କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ BMCର ପଦକ୍ଷେପ, ଆଜି ଅନ୍ୟ ଏକ କିନ୍ନର ଗୋଷ୍ଠୀକୁ ପାର୍କିଂ ଫି ସ୍ଲଟ ଦେଲା BMC, ପୂର୍ବରୁ ଗୋଟିଏ ଗୋଷ୍ଠୀକୁ ହୋଲଡିଂ ଟ୍ୟାକ୍ସ ଓ ପାର୍କିଂ ଫି ଦାୟିତ୍ବ ଦିଆଯାଇଥିଲା | ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପ୍ରତିକ୍ରିୟା, ଏହା ଦ୍ବାରା କିନ୍ନରମାନେ ଭିକ୍ଷାବୃତ୍ତିରୁ ନିବୃତ ରହିବା ସହ ଆର୍ଥିକ ସ୍ବଚ୍ଛଳ ହେବେ March 3, 2021 admin 0 Comments Read more
Fast News ମହାମହିମ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ୍ ଆଜି ପ୍ରମୋଦିନୀ ରାଉଳ ଏବଂ ତାଙ୍କ ପତି ସରୋଜଙ୍କୁ ଆଶୀର୍ବାଦ କରିଛନ୍ତି। ଗତକାଲି ଦୁହେଁ ବିବାହ କରିଥିବା ବେଳେ ଆଜି ସନ୍ଧ୍ୟାରେ ଏକ ପ୍ରିତିଭୋଜନ ଆୟୋଜନ ହୋଇଥିଲା। ଏଠାରେ ରାଜ୍ୟପାଳ ଅତିଥି ଭାବେ ଯୋଗଦାନ କରିଥିଲେ। March 2, 2021 admin 0 Comments Read more
Fast News ରାଜ୍ୟରେ ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ,ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା, ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ଯାଏ ସ୍କୁଲ,ପୂର୍ବରୁ ଦଶମରୁ ଦ୍ବାଦଶ ପିଲାଙ୍କ ପାଇଁ ୯ରୁ ୧ଟା ଥିଲା ସ୍କୁଲ ସମୟ, ସ୍କୁଲ ସମୟ ବଦଳିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା March 2, 2021 admin 0 Comments Read more
Fast News ବୁର୍ଲା ଭିସୁଟରେ ମିଛ କୋରୋନା ରିପୋର୍ଟ ନେଇ ତନାଘନା । ଆଣ୍ଟିଜେନ କିଟ୍ ଯୋଗାଇଥିବା କମ୍ପାନିକୁ କାରଣ ଦର୍ଶାଅ ନୋଟିସ । ଓସ୍କାର ମେଡିକେୟାର କମ୍ପାନିକୁ କାରଣ ଦର୍ଶାଅ ନୋଟିସ । ୩ ଦିନ ଭିତରେ ଉତ୍ତର ଦେବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ନୋଟିସ March 2, 2021 admin 0 Comments Read more
Fast News ବୁର୍ଲା ଭିସୁଟ୍ରେ ୨୫ରୁ ଅଧିକ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ପ୍ରସଙ୍ଗ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସ୍ପଷ୍ଟୋକ୍ତି । କିଟ୍ ଖରାପ୍ ଯୋଗୁଁ ରିପୋର୍ଟ ପଜିଟିଭ ଥିଲା, RT-PCR ଟେଷ୍ଟରେ କେହି ପଜିଟିଭ ଆସିନାହାନ୍ତି: ପ୍ରଦୀପ୍ତ ମହାପାତ୍ର | ବୁର୍ଲା ଭିସୁଟରେ ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା March 2, 2021 admin 0 Comments Read more
Fast News ଗଞ୍ଜାମ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦିଗପହଣ୍ଡିର ଜଣେ ବ୍ୟକ୍ତି କୋରୋନା ପଜିଟିଭ । ଏବେ ସମ୍ପୃକ୍ତ ବ୍ୟକ୍ତି ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା March 2, 2021 admin 0 Comments Read more
Fast News Top News ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ । ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ବୌଦ୍ଧରେ ପହଞ୍ଚିଲେ ୩ ଜଣିଆ ଟିମ୍ । ଆଜି ମାଧପୁର ରେଞ୍ଜରୁ ଗଛ କଟା ପ୍ରକ୍ରିୟା ଆରମ୍ଭ ହେବ March 2, 2021 admin 0 Comments Read more
Fast News କେନ୍ଦ୍ରାପଡ଼ା ଓରତ-ଅଙ୍ଗୁଳାଇ ରାସ୍ତାର କୁମ୍ବାରୁଣୀ ନିକଟରେ ବସ୍ ଓଲଟି ୮ ଯାତ୍ରୀ ଆହତ । ସେମାନଙ୍କ ମଧ୍ୟରୁ ୪ ଗୁରୁତର, ଅନ୍ୟ ୪ ଯାତ୍ରୀ ଆହତ । ଗୁରୁତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ୪ ଆହତ ମହାକାଳପଡ଼ା ଡାକ୍ତରଖାନାରେ ଭର୍ତ୍ତି । କେନ୍ଦ୍ରାପଡ଼ା ବଢିଅରୁ କଟକ ଯାଉଥିଲା ଗୌରୀଶଙ୍କର ପ୍ରିନ୍ସ ବସ୍ March 2, 2021 admin 0 Comments Read more
Fast News Top News ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ NHରେ ଆମୋନିଆ ଗ୍ୟାସ୍ ଟ୍ୟାଙ୍କର ଓଲଟିବା ଘଟଣା । ହୁମ୍ମାରେ ପହଞ୍ଚିଲା ପାରାଦୀପର ଏକ ଯାନ୍ତ୍ରୀକ ଟିମ୍ । ହଳଦିଆପଦରରୁ ହାଇୱା ଆସିଲେ ଉଠିବ ଟ୍ୟାଙ୍କର । ରାସ୍ତାର ଗୋଟିଏ ପାର୍ଶ୍ବରେ ଯାତାୟାତ ବନ୍ଦ । ଗତକାଲି ପାରାଦୀପରୁ ବିଶାଖାପାଟଣା ଯାଉଥିଲା ଆମୋନିଆ ଗ୍ୟାସ୍ ଟ୍ୟାଙ୍କର March 2, 2021 admin 0 Comments Read more
Fast News ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁରରେ ଥିବା ଶଳାଘର, ଆସିକା ସ୍ଥିତ ପୈତୃକ ଘର, ରାୟଗଡ଼ ଅଫିସ ଓ ଛଅମାଇଲରେ ଥିବା ଇଟା ଫ୍ୟାକ୍ଟ୍ରିଉପରେ ଚଢାଉ ଜାରି March 2, 2021 admin 0 Comments Read more