ଗଞ୍ଜାମ ଜିଲ୍ଲା ପାଟପୁରରେ ନକଲି ମୃଦୁ ପାନୀୟ କାରଖାନା ଠାବ । ଖଣ୍ଡଦେଉଳି ଗାଁରେ ୬ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ନକଲି ମୃଦୁ ପାନୀୟ ଓ ଅନ୍ୟ ନକଲି ସାମଗ୍ରୀ କାରଖାନା ଠାବ କରିଛି ପାଟପୁର ପୋଲିସ । ନକଲି ଥଣ୍ଡା ପାନୀୟ ପ୍ରସ୍ତୁତିରେ ବ୍ୟବହୃତ ବହୁ ଜିନିଷ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ

Read more

ଅବସରପ୍ରାପ୍ତ ଆଇଏଏସଙ୍କ ଘରୁ ନାବାଳିକା ଉଦ୍ଧାର । ନାବାଳିକାକୁ ଘର କାମରେ ନିୟୋଜିତ କରୁଥିଲେ ପୂର୍ବତନ ଗଂଜାମ ଆଇଏଏସ । ୨୦୨୦ ନଭେମ୍ବରରୁ ବ୍ରହ୍ମପୁରରୁ ନାବାଳିକାକୁ ଆଣିଥିଲେ । ନୟାପଲ୍ଲୀ ପୋଲିସ ସହାୟତାରେ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ସୂଚନା ଦେଲେ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି

Read more

କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବ, ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ, ୧୬ ତାରିଖରୁ ଖୋଲିବା ନେଇ ଏଏସ୍ଆଇ ପକ୍ଷରୁ ବିଜ୍ଞପ୍ତି, ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଛି

Read more

ଗତ ୨୪ ଘଣ୍ଟାରେ ପୁରୀ ଅସ୍ତରଙ୍ଗରେ ସର୍ବାଧିକ ୧୭୦ ମିମି ବର୍ଷା ରେକର୍ଡ ।କାକଟପୁରରେ ୧୨୯ ମିମି, କଟକ ନିଆଳିରେ ୯୫ ମିମି ବର୍ଷା । ମାଲକାନଗିରିରେ ୮୮ ମିମି ଓ କୋରାପୁଟରେ ୭୭.୪ ମିମି ବର୍ଷା ।ଢେଙ୍କାନାଳ କଙ୍କଡ଼ାହାଡ଼ରେ ୭୨.୨, ଝାରସୁଗୁଡ଼ା କୋଲାବିରାରେ ୬୬.୪ ଓ ନୂଆପଡ଼ା କୋମନାରେ ୬୬.୩ ମିମି ବର୍ଷା ରେକର୍ଡ

Read more

କେନ୍ଦୁଝର ତୁରୁମୁଙ୍ଗା HP ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ଟ୍ରକ୍‌-ବୋଲେରୋ ଧକ୍କାରେ ବୋଲେରୋରେ ଥିବା ୨ ଡ୍ରାଇଭର ମୃତ । ମୃତକ ଖିରେଇଟାଙ୍ଗିରି ଗାଁର ଗୋପାଳ ମହାନ୍ତ ଓ ଦିଲୀପ ମହାନ୍ତ । NH-୪୯ ସମ୍ପ୍ରସାରଣରେ ନିୟୋଜିତ ଥିଲା ବୋଲେରୋ

Read more

ରାଜ୍ୟରେ ଆଉ ୪୫ ଜୀବନ ନେଲା ମହାମାରୀ କୋରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୨କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ । କଟକରେ ୪; ଅନୁଗୁଳ, ଭଦ୍ରକ, ଢେଙ୍କାନାଳରେ ୩ ଜଣ ଲେଖାଏଁ ମୃତ

Read more

କୋଭିଡ ବେଳେ ପାଠପଢ଼ା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ରାଜ୍ୟରେ ଜୁନ୍‌ ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା । ୟୁ-ଟ୍ୟୁବ ମାଧ୍ୟମରେ ଦିନ ୧୦ଟା ୪୫ରୁ ୧ଟା ଯାଏ ହେବ ପାଠପଢ଼ା । ସୋମବାରରୁ ଶୁକ୍ରବାର ଦିନକୁ ଅଧଘଣ୍ଟା ଲେଖାଏଁ ୪ଟି ପିରିଅଡ୍‌ ରହିବ

Read more

ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ଦିଆଯିବ ଶିକ୍ଷାଦାନ, ୧୭ରୁ ୨୨ ତାରିଖ ଯାଏଁ ପ୍ରସାରଣ ହେବ ଫିଜିକ୍ସ ଓ କେମେଷ୍ଟ୍ରି କ୍ଲାସ; ରାତି ୯ରୁ ୧୦ଟା ଯାଏଁ ପ୍ରସାରଣ ହେବ ଅନଲାଇନ କ୍ଲାସ, ଶନିବାର ଓ ରବିବାର ବ୍ୟତୀତ ବାକି ୪ ଦିନ ହେବ ପ୍ରସାରଣ

Read more