- ଛାତ୍ର ନେତା ମହେଶ ପ୍ରସାଦ ସାହୁଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । କାରକେଡ ରିହର୍ସାଲ ବେଳେ କାର୍ଯ୍ୟରତ ଟ୍ରାଫିକ ପୋଲିସକୁ ଗାଳି ଗୁଲଜ ଅଭିଯୋଗ । କ୍ୟାମ୍ପସ ସୁରକ୍ଷା କର୍ମୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା । ଗିରଫ ପରେ ମହେଶ ସାହୁଙ୍କୁ କୋର୍ଟ ଚାଲାଣ କଲା ପୋଲିସ
- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଚିଠି । ରାଜ୍ୟରେ ମହଜୁଦ କୋଭିସିଲ୍ଡ ଟିକା ୨ ଦିନ ମଧରେ ସରିଯିବ । ଆସନ୍ତା ୯ରୁ ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ଦେଖାଦେବ । ଆଗାମୀ ୧୦ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଟିକା ପଠାଇବାକୁ ଅନୁରୋଧ