ରାଜ୍ୟରେ ୬୦୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୪୪ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୫୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪୭, ଯାଜପୁରରୁ ୪୩୪ ଓ ବାଲେଶ୍ୱରରୁ ୩୯୨ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୩ ଦିନ ପରେ ପୁଣି ଦୈନିକ ସଂକ୍ରମଣ ୧ ହଜାର ଅତିକ୍ରମ କରିଛି।

ଅନୁଗୋଳ ଜିଲ୍ଲାରୁ ୨୯୫ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦୭, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୧୩୦, ଦେବଗଡ଼ରୁ ୨୮, ଢେଙ୍କାନାଳରୁ ୭୩, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୨୨୬, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୧୧୨, କେନ୍ଦ୍ରାପଡ଼ାରୁ ୨୫୩, କେନ୍ଦୁଝରରୁ ୧୨୩, କୋରାପୁଟରୁ ୧୨୬, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୨୯୭, ନବରଙ୍ଗପୁରରୁ ୧୪୬, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୭, ପୁରୀରୁ ୨୯୧, ରାୟଗଡ଼ାରୁ ୧୨୦, ସମ୍ବଲପୁରରୁ ୧୦୧, ସୋନପୁରରୁ ୬୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ୧୫୧ ଜଣ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି।

Facebook Comments

Leave a Reply

Your email address will not be published. Required fields are marked *