- କରୋନା ଟିକାକୁ ନେଇ ଆଜି ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ହେବ । ଆଜି ଦେଶର ସମସ୍ତ ରାଜ୍ୟ ଓ ୟୁନିଅନ୍ ଅଞ୍ଚଳରେ ପ୍ରାୟ ୩୦୦୬ ଟି ସ୍ଥାନ ଡିଜିଟାଲ୍ ମାଧ୍ୟମରେ ସଂଯୋଗ ହେବେ ଓ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଲୋକଙ୍କୁ ଟୀକାକରଣ କରାଯିବ ।
- ରାଜ୍ୟରେ ଫେରିଲା ଶୀତ ଲହରି । ୯ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ । ୫.୮ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର । ଝାରସୁଗୁଡ଼ା ୭.୬, ଦାରିଙ୍ଗବାଡ଼ି ୮, ସୁନ୍ଦରଗଡ଼ ୮.୫, କେନ୍ଦୁଝର ୯.୯, ବଲାଙ୍ଗିର ୧୦, ସୋନପୁର ୧୦.୨, ଭବାନୀପାଟଣା ୧୦.୫, ସମ୍ବଲପୁର ୧୦.୮, ଭୁବନେଶ୍ବର ୧୬ ଓ କଟକ ୧୫ ଡିଗ୍ରୀ ସେଲ୍ସିଅସ