- ଅଧିକ ଭଡ଼ା ଆଦାୟ କରୁଥିବା ୨୧ଟି ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଅଧିକ ଭଡ଼ା ଆଦାୟ କରୁଥିବା ବସ୍କୁ ଧରିବାକୁ ଗୁପ୍ତ ଅଭିଯାନ କରାଯାଇଥିଲା । ଅଭିଯାନରେ ୨୧ଟି ବସ୍ ଅଧିକ ଭଡ଼ା ଆଦାୟ କରୁଥିବା ଜଣାପଡିଥିଲା । ଅଧିକ ଭଡ଼ା ନେଉଥିଲେ ୧୮୦୦୩୪୫୧୦୭୩ ନମ୍ବରରେ ଜଣାଇବାକୁ ଅନୁରୋଧ
- ଅହମ୍ମଦାବାଦ: ତୃତୀୟ ଟେଷ୍ଟରେ ଭାରତର ଦମ୍ଦାର ବିଜୟ । ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ । ୪୯ ରନ୍ର ବିଜୟ ଲକ୍ଷ୍ୟକୁ ୭.୪ ଓଭରରେ ହାସଲ କଲା ଭାରତ । ରୋହିତ ଶର୍ମା ୨୫ ଓ ଶୁଭମନ ଗିଲ ୧୫ ରନ୍ରେ ଅପରାଜିତ