ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ମାଧ୍ୟମ ହେଉଛି ଜ୍ୟୋତିଷ ଶାସ୍ତ୍ର ; ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରେ ସୁଚିତ୍ରା

ବଦଳୁଛି ସମୟ | ଆଉ ସହିତ ତାଳଦେଇ ମଣିଷ ମଧ୍ୟ ବଦଳୁଛନ୍ତି। ହେଲେ କିନ୍ତୁ ଆଜିବି ବଦଳି ନାହିଁ ଅନେକ ମଣିଷଙ୍କ ବିଶ୍ୱାସ ଭରସା ଏବଂ ମାନସିକତା। ବିଜ୍ଞାନ ଯେତେ ବି ଆଗେଇ ଥିଲେ ମଧ୍ୟ ମଣିଷ ଯେତେ ଆଧୁନିକତାକୁ ଆପଣେଇ ନେଇଥିଲେ ମଧ୍ୟ ଆଜିବି ଭଗବାନ ଆଉ ଜ୍ୟୋତିଷ ବିଦ୍ୟା ଉପରେ ମନୁଷ୍ୟ ଦୃଢ ବିଶ୍ବାସ କରେ। ଜୀବନ ଜୀବିକାର ଖେଳରେ ଭାଗ୍ୟ ଆଉ ଭବିଷ୍ୟତ ୱାପରେ ଆସ୍ଥା ହିଁ ଆମକୁ ଆଗେଇ ନିଏ ଚଲା ପଥରେ |

ପୃଥୀବିର ପ୍ରାଚୀନ ଗାଣିତିକ ଶାସ୍ତ୍ର ମଧ୍ୟରେ ଜ୍ୟୋତିଷ ଶାସ୍ତ୍ର ଅନ୍ୟତମ। ଯାହାକୁ ମଧ୍ୟ ଆଜିବି ଆମେରିକାର ନାସା ଓ ଭାରତର ଇସ୍ରୋ ଅନୁକରଣ କରୁଥିବା ଦୃଷ୍ଟାନ୍ତ ରହିଛି। ବିଶେଷ କରି ମଣିଷର ଜୀବନ ଚକ୍ରରେ ଘଟୁଥିବା ବା ଆଗକୁ ଘଟିବାକୁ ଥିବା ବିଭିନ୍ନ ଘଟଣା ବଳୀର ରୂପ ରେଖ ଏହି ଜ୍ୟୋତିଷ ଶାସ୍ତ୍ର ରୁ ହିଁ ମିଳିପାରିଥାଏ। ଆଉ ତା ସହିତ ମଧ୍ୟ ଘରେ ଏକ ସନ୍ତାନ ପ୍ରାପ୍ତି ପରେ ଜ୍ୟୋତିଷଙ୍କର ଜରୁରୀ ପଡିଥାଏ, କାରଣ ନବ ଜାତ ପିଲାଟିର ବର୍ତ୍ତମାନ, ଭବିଷ୍ୟତ ଆଉ ଅତୀତର ଦର୍ପଣ ପ୍ରାଞ୍ଜଳ ଜଣାଇ ଦେଇଥାନ୍ତି ଜଣେ ଜ୍ୟୋତିଷ। ଯାହା ପାଇଁ ଆଜିବି ବିଜ୍ଞାନ ଯୁଗରେ ତିଷ୍ଠି ରହିଛି ଜ୍ୟୋତିଷ ଗଣନା ବିଦ୍ୟା।

ନିଜର ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଦିନେ ସନ୍ଧିହାନରେ ଥିବା ଜଣେ ମହିଳା ଜ୍ୟୋତିଷ ବିଦ୍ୟା ପ୍ରତି ଆକୃଷ୍ଟ ହୋଇ ଜ୍ୟୋତିଷ ବିଦ୍ୟାକୁ ଶିଖିବା ପାଇଁ ପ୍ରେରଣା ପାଇଥିଲେ। ଆଉ ସେହି ପ୍ରେରଣା ତାଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଜଣେ ମହାନ ଜ୍ୟୋତିଷ ରୂପେ ପରିଚୟ ଦେଇ ପାରିଛି। ଆସନ୍ତୁ ଜାଣିବା ସେହି ଜ୍ୟୋତିଷ ଶାସ୍ତ୍ରରୁ ଆରୋହଣ କରିଥିବା ବିଦ୍ୟାକୁ କିପରି ସମାଜର ମଙ୍ଗଳ କାର୍ଯ୍ୟରେ ବିନି ଯୋଗ କରୁଛନ୍ତି ଜ୍ୟୋତିବିର୍ତ୍ତ ସୁଚିତ୍ରା ଗୁପ୍ତା ।

ଆଜି ସୁଚିତ୍ରା ଗୁପ୍ତା ଗାଁ ଠୁ ସହର ଗହଳି ଠୁ କନ୍ଦି ସବୁଠି ବେଶ ଚର୍ଚ୍ଚିତ। ତାଙ୍କର ନିସ୍ୱାର୍ଥ,ନିଶୁଳ୍କ ସେବା ପାଇଁ ଆଜି ସେ ବେଶ ପରିଚିତ। ଜ୍ୟୋତିବିର୍ତ୍ତ ସୁଚିତ୍ରା ଗୁପ୍ତା ବିନା ମୂଲ୍ୟରେ ଦୀର୍ଘ ସାତ ବର୍ଷ ଧରି ଜ୍ୟୋତିଷ ଶାସ୍ତ୍ରରେ ହାସଲ କରିଥିବା ବିଦ୍ୟାକୁ ନିଶୁକ୍ଲ ରେ ବାଣ୍ଟି ଚାଲିଛନ୍ତି ଲୋକ ମାନଙ୍କୁ ଆଉ ସେଥିରୁ ମଧ୍ୟ ସେ ପାଇଥାନ୍ତି ଗଭୀର ଆତ୍ମ ସନ୍ତୋଷ।
ନିଜର କିଛି ପାରିବାରିକ ଜୀବନକୁ ନେଇ ଏବଂ ଶାଶୁ ମାଙ୍କ ଇଚ୍ଛା ଥିଲା ବୋହୁ ସୁଚିତ୍ରା ଏକ ପୁତ୍ର ସନ୍ତାନ ଜନ୍ମ ଦିଅନ୍ତୁ ତେଣୁ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ସେ ଜ୍ୟୋତିଷଙ୍କ ପାଖକୁ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜ୍ୟୋତିଷ ଶିକ୍ଷା ଗ୍ରହଣ କରିବାକୁ ମନ ବଢାଇଥିଲେ ତେବେ ତାଙ୍କର ଜ୍ୟୋତିଷ ବିଦ୍ୟା ଶିକ୍ଷା ଗ୍ରହଣ କରିବାର ଆଗ୍ରହ ଦେଖି ତାଙ୍କ ଗୁରୁ କ୍ଷୀରୋଦ ଚନ୍ଦ୍ର ମିଶ୍ର ଖୁସିରେ ତାଙ୍କୁ ଜ୍ୟୋତିଷ ଶିକ୍ଷା ଦେଇଥିଲେ।

ସେ କୁହନ୍ତି ମଣିଷ ଯେତେବେଳେ ସବୁ ଜାଗାରେ ନିରାଶ ହୁଏ ସେତେବେଳେ ଜଣେ ବ୍ୟକ୍ତି ଭଗବାନ ଏବଂ ଜ୍ୟୋତିଷ ବିଦ୍ୟା ଉପରେ ଆଶା ପ୍ରକଟ କରିଥାଏ ଏବଂ ଦୃଢ଼ ବିଶ୍ୱାସ ରଖିଥାଏ କି ତାର କାର୍ଯ୍ୟ ନିହାତି ସଫଳ ହେବ। ହେଲେ ଭାଗ୍ୟକୁ କେହି ବଦଳାଇ ପାରନ୍ତି ନାହିଁ କିନ୍ତୁ ଜ୍ୟୋତିଷ ବିଦ୍ୟା ଦ୍ୱାରା ଜଣେ ବ୍ୟକ୍ତି ତା ଉପରକୁ ଆସୁଥିବା ପଥର ପରି ବିପଦକୁ ପତର ପରି ଟାଳି ଦେଇ ପାରେ।

ତେବେ ତାଙ୍କ ମତରେ ଜ୍ୟୋତିଷ ବିଦ୍ୟା ଓ ଆଧ୍ୟାତ୍ମିକତା ମଧ୍ୟରେ ପରସ୍ପର ଏକ ନିବିଡ଼ ସମ୍ପର୍କ ଅଛି।
ଆଧ୍ୟାତ୍ମିକତା ବ୍ୟକ୍ତିମାନେ ହିଁ ଜ୍ୟୋତିଷ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି ଓ ତାଙ୍କ ବିଶ୍ୱାସ ଏକାଗ୍ରତା ଦ୍ୱାରା ହିଁ ନିଜକୁ ସାଧାରଣ ମନୁଷ୍ୟ ଠୁ ଉର୍ଦ୍ଧ୍ବ କୁ ଯାଇ ପାରନ୍ତି। ଜ୍ୟୋତିଷ ବିଦ୍ୟା ହେଉଛି ଏକ ବିଜ୍ଞାନ,ଗଣିତ ତା ସହିତ ଏକ ବିଶ୍ୱାସର ମାଧ୍ୟମ ଅଟେ। ଯେତେବେଳେ ମଣିଷ ଡାକ୍ତରଙ୍କ ପାଖକୁ ଯାଏ ଆଉ ସେଠାରେ ସେ ନିରାଶ ହୁଏ ସେତେବେଳେ ସେ ଜ୍ୟୋତିଷ ଓ ଭଗବାନଙ୍କ ସାହାରା ନେଇଥାଏ।ଜଣେ ବ୍ୟକ୍ତି ନିଜ ମନ ତଳେ ଅନେକ ଅକୁହା କଥାକୁ କାହା ପାଖେ କହି ପାରେ ନାହିଁ ସେତେବେଳେ ତାଙ୍କର ପୂଜା ପାଠ ଦ୍ୱାରା ସେ ନିଜର ମନର କଥାକୁ ଖୋଲି କହିପାରିଥାନ୍ତି, ଏମିତି ଆମେ ସମସ୍ତେ ଜାଣିଛନ୍ତି ମନ ତଳେ ଅନେକ ଅକୁହା କଥା ସାଇତି ହୋଇ ରହିଗଲେ ତାହା କଷ୍ଟ ଦିଏ କହିଦେଲେ ମନ ହାଲକା ହେଇଯାଏ ତେଣୁ ଯେତେବେଳେ ଜଣେ ବ୍ୟକ୍ତି ପୂଜା ପାଠ କରେ ତାଙ୍କୁ ଶାନ୍ତି ମିଳିବା ସହିତ ତାଙ୍କ ମନର କଥାକୁ ସେ ପ୍ରକାଶ କରି ପାରନ୍ତି।

ତେବେ ଆମେ ଜ୍ୟୋତିବିର୍ତ୍ତ ସୁଚିତ୍ରା ଗୁପ୍ତାଙ୍କୁ ପଚାରି ବୁଝିଥିଲୁ କି ରତ୍ନ ପଥର, ମୁଦି ଗ୍ରହଯନ୍ତ୍ର ଇତ୍ୟାଦି କିପରି ମଣିଷର ଅସୁବିଧା ଦୂର କରିବାରେ ସହାୟକ ହୁଏ।
ତେବେ ସେ ଖୁବ ସୁନ୍ଦର ଭାବେ ଆମକୁ କହିଥିଲେ କି। ରତ୍ନ ବିଶେଷ କରି ଧୀର କାମ କରେ। ଯନ୍ତ୍ର ଓ ମନ୍ତ୍ର ଏହା ବିଶ୍ୱାସ ଉପରେ କାମ କରେ,କାରଣ ଜଣେ ବ୍ୟକ୍ତି ଯଦି ମନ୍ତ୍ରକୁ ସବୁଦିନ ବିଶ୍ୱାସର ସହିତ ନକରେ ତେବେ ଫଳ ପ୍ରାପ୍ତି କରିବା ସହଜ ନୁହେଁ ତେବେ ଏହା ନିର୍ଭର କରେ ଗ୍ରହଙ୍କ ସ୍ଥିତି ଉପରେ।

ତେବେ ଆସନ୍ତୁ ଏବେ ଜାଣିବା ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ମଧ୍ୟରେ କଣ ସମ୍ପର୍କ।

ସେ କୁହନ୍ତି ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଏକ ପ୍ରକାର ସମାଧାନ କହିଲେ ଅତୁକ୍ତି ହେବନାହିଁ।

ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଥାଏ କି ଜ୍ୟୋତିଷ ବିଦ୍ୟା ପ୍ରଭାବରେ ଜଣେ ମନୁଷ୍ୟର ଭାଗ୍ୟ ବଦଳିବା ସମ୍ଭବ କି ?
ତେବେ ସେ କୁହନ୍ତି ହଁ ନିଶ୍ଚିତ ସମ୍ଭବ ହେଲେ ଦେଖିବାକୁ ପଡିବ ଜଣେ ବ୍ୟକ୍ତିର ଭାଗ୍ୟ କେତେ ବଦଳି ପାରିବ।
ତେବେ ଜ୍ୟୋତିଷ ଶାସ୍ତ୍ର କେବଳ ବ୍ୟକ୍ତି ବିଶେଷ ମଧ୍ୟରେ ଗଣନା କରାଯାଏ ତାହା ନୁହେଁ ଏହି ଜ୍ୟୋତିଷ ଶାସ୍ତ୍ର ଏକ ବିରାଟ ଶାସ୍ତ୍ର ଯାହାକେବଳ ଜନ ସମାଜ ପାଇଁ ତାହା ନୁହେଁ ବରଂ ଏହା ଦେଶ, ରାଜ୍ୟ ପାଇଁ ମଧ୍ୟ ଗଣନା କରାଯାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ତ ଗ୍ରହ ନକ୍ଷତ୍ର ମଣିଷ ଜୀବନକୁ ନିଶ୍ଚିତ ପ୍ରଭାବିତ କରେ ଏବଂ ପ୍ରତ୍ୟକ ଗ୍ରହର ପ୍ରଭାବ ରହିଛି।

ଜ୍ୟୋତିବିର୍ତ୍ତ ସୁଚିତ୍ରା ଗୁପ୍ତା ସମାଜ କୁ ଜ୍ୟୋତିଷ ଶାସ୍ତ୍ର ବିଷୟରେ ଜାଗୃତ କରି,ହିନ୍ଦୁତ୍ୱର ଧ୍ୱଜା କୁ ବଜାୟ ରଖିବା ଏବଂ ସୂର୍ଯ୍ୟ ଚନ୍ଦ୍ର ପରି ସନି,ବୃହସ୍ପତି,ମଙ୍ଗଳ, ଶୁକ୍ର ଆମକୁ ଦେଖା ଯାଆନ୍ତି ଏହା ଲୋକଙ୍କ ବିଚାରକୁ ଆନିବା ତାଙ୍କର ପ୍ରଧାନ ଉଦ୍ୟଶ।

ଜ୍ୟୋତିବିର୍ତ୍ତ ସୁଚିତ୍ରା ଗୁପ୍ତା ଖୁବ ଭଲ ମଣିଷ ତାଙ୍କର ସୁନ୍ଦର ବ୍ୟବହାର ପାଇଁ ତାଙ୍କୁ ଛୋଟ ଠୁ ବଡ଼ ସମସ୍ତେ ଖୁବ ଭଲ ପାଆନ୍ତି। ତେବେ ସେ କେବେ ହେଲେ ଟଙ୍କା ଉପାର୍ଜନ କରିବା ପାଇଁ ଜ୍ୟୋତିଷ ବିଦ୍ୟା ଗ୍ରହଣ କରି ନାହାନ୍ତି ତାଙ୍କର ମୁଖ୍ୟ ଲକ୍ଷ ହେଉଛି ସମାଜର ଲୋକଙ୍କ ପାଇଁ କିଛି କରିବା।

Facebook Comments

Leave a Reply

Your email address will not be published. Required fields are marked *