ବିରଳ ମଣିଷ, ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର

ଗତ ତା. 21/11/2020, ଶନିବାର ସମ୍ବାଦ ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବର “ଆଖି ବୁଜିଲେ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର “ପଢି ସ୍ତବ୍ଧ ହୋଇଗଲି.ଏହି ଖବର ସେଦିନର ଅଧିକାଂଶ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶିତ ହୋଇଥିଲା. ମାତ୍ର 57ବର୍ଷ ବୟସରେ ଆମକୁ, ତାଙ୍କ ପ୍ରିୟ S. C. B. Medical college, Nephrology ବିଭାଗ ତଥା ତାଙ୍କର ଶହ ଶହ ପ୍ରଶଂସକଙ୍କୁ ତ୍ୟାଗ କରି ଚାଲିଯିବା ହଠାତ ବିଶ୍ୱାସ ହେଲାନି.ତେବେ ଦୁଃଖର ସହିତ ଏଭଳି ଏକ ନିଷ୍ଠୁର ସତ୍ୟକୁ ସ୍ୱୀକାର କରିବାକୁ ଆମେ ବାଧ୍ୟ. ସ୍ବେଛାସେବୀ ଅନୁଷ୍ଠାନ ‘ଅବି’ ‘(AUBI-Association of Undeveloped Beneficiaries of India )Gambharidihi, ନୟାଗଡ, ସହ ତାଙ୍କର ସମ୍ପର୍କ ଖୁଵ ନିବିଡ ଥିଲା. 2019 ବର୍ଷ ଥିଲା ‘ଅବି’ର ଆୟୁର୍ବେଦିକ ଓ ଏଲୋପlଥିକ ବର୍ଷ. ସେହି ବର୍ଷ ଅବି ପରିଚାଳିତ ଲୋକ ପ୍ରତିଭା ଉତ୍ସବର ନବମ ସଂସ୍କରଣରେ ସେ ଅତିଥି ଭାବରେ ଯୋଗ ଦେଇଥିଲେ. ଅନ୍ୟ ଅତିଥି ମାନଙ୍କ ସହ ତ୍ରିଦେବ-ଅବି -ଭରତିଆ ଦାତବ୍ୟ ଆୟୁର୍ବେଦ ପଞ୍ଚକର୍ମ ଚିକିତ୍ସାଳୟ ଓ ବ୍ୟାୟାମ ଶାଳI ଓ ତ୍ରିଦେବ-AUBI-OHDA ଦାତବ୍ୟ ହୋମିଓପ୍ୟାଥିକ ଚିକିତ୍ସାଳୟ ଉଦ୍ଘାଟନ କରିଥିଲେ. ଏହି ଲୋକପ୍ରତିଭା ଉତ୍ସବରେ ତାଙ୍କୁ ‘ଅବି’ ଲୋକ ସ୍ୱାସ୍ଥ୍ୟ ସେବା ସମ୍ମାନ ପ୍ରଦାନ କରାଯାଇଥିଲା. ଏଭଳି ସମ୍ମାନ ଦେଇ ଅବି ନିଜର ମର୍ଯ୍ୟାଦା ବୃଦ୍ଧି କରି ପାରିଛି.
ସେ ମଧ୍ୟ ବେଳେ ବେଳେ ଫୋନ କରି ଅନୁଷ୍ଠାନର ଭଲ ମନ୍ଦ ବୁଝୁଥିଲେ.
ଜଣେ ଦକ୍ଷ ଚିକିତ୍ସକ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ ବି ଗରିବ, ନିଷ୍ପେସିତ ଜନତାଙ୍କୁ ସେବା ଦେବାରେ ସେ କେବେ ବି କାର୍ପଣ୍ୟ କରି ନାହାନ୍ତି. ସେଥିପାଇଁ ତାଙ୍କର ଅସୁସ୍ଥତା ସମୟରେ ଶହ ଶହ ରୋଗୀ ଓ ସେମାନଙ୍କ ପରିବାର, ତଥା ତାଙ୍କୁ ଭଲ ପାଉଥିବା ପ୍ରିୟ ପରିଜନ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଚାଲିଥିଲେ. ହେଲେ ବିଧିର ବିଧାନ ଅନ୍ୟ ପ୍ରକାରଥିଲା. ସବୁ ପ୍ରାର୍ଥନା ବିଫଳ ହେଲା.
ଜଣେ କରୋନା ସଂକ୍ରମିତ ରୋଗୀର ଡାୟାଲିସିସ କରି ସେ ସଂକ୍ରମିତ ହେଲେ ଓ ସେଥିରୁ ମୁକ୍ତି ପାଇ ପାରିଲେନି. ଚେନାଇ ସ୍ଥିତ MGM ଡାକ୍ତରଖାନାରେ 20ତାରିଖ ଗୁରୁବାର ସନ୍ଧ୍ୟା 5ଟାରେ ଶେଷ ନିଶ୍ୱାସ ତ୍ୟାଗ କଲେ.
ପ୍ର.ଡାକ୍ତର କର 1963 ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ ଠାରେ ଜନ୍ମ ଗ୍ରହଣ କରିଥିଲେ. 1986ମସିହାରେ SCB ମେଡିକାଲ କଲେଜରୁ MBBS, ବୁର୍ଲା ମେଡିକାଲ କଲେଜରୁ MD, ବାରଣାସୀରୁ DM ପାଠ୍ୟକ୍ରମ ଶେଷ କରିଥିଲେ. ଚଣ୍ଡିଗଡ PGIMER ରୁ ସ୍ୱତନ୍ତ୍ର ଭାବେ ଅଙ୍ଗ ପ୍ରତିରୋପଣ ସମ୍ପର୍କରେ ତାଲିମ ନେଇଥିଲେ. SCB ମେଡିକାଲ କଲେଜରେ ଖୋଲାଯାଇଥିବା ରାଜ୍ୟର ପ୍ରଥମ kidney ପ୍ରତିରୋପଣ ୟୁନିଟର ଅନ୍ୟତମ ପୁରୋଧା ଥିଲେ. ଏହା ବ୍ୟତୀତ kadaverik ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ସେ କାର୍ଯ୍ୟ କରୁଥିଲେ. ତାଙ୍କ ନେତୃତ୍ୱରେ ରାଜ୍ୟରେ 6ଟି kadaverik ପ୍ରତିରୋପଣ ସମ୍ଭବ ହୋଇ ପାରିଛି.
ଡାକ୍ତର କର 1991ମସିହାରେ ସର୍ବଶ୍ରେଷ୍ଠ ସ୍ନାତକୋତ୍ତର ଛାତ୍ର ପୁରସ୍କାର ପାଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ. 2009 ମସିହାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ତାଙ୍କୁ ସ୍ୱତନ୍ତ୍ର ସେବା ପୁରସ୍କାର ପ୍ରଦାନ କରିଥିଲେ. ସେ ଭାରତୀୟ ଚିକିତ୍ସା ପରିଷଦର ସଦସ୍ୟ ଭାବେ 2913ରୁ 2017 ରହିଥିଲେ. ସେ ମଧ୍ୟ ଆଜୀବନ ସଦସ୍ୟ ରହିଥିବା ସଂସ୍ଥା ଗୁଡିକହେଲା :-association of physicians in India., Indian society of nephrology, peritoneal dialysis society of India, Indian society of organ transplant. ସେ ମଧ୍ୟ ଓଡିଶା କାଉନସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ,ଇଣ୍ଡିଆନ ମେଡିକାଲ ଆସୋସିଏସନ ର ସଦସ୍ୟ ରହିଥିଲେ.
ଏତେ ସବୁ ଶିକ୍ଷା, ସମ୍ମାନର ଅଧିକାରୀ ଥିଲେ ହେଁ ସେ ଥିଲେ ଖୁଵ ସରଳ ଓ ଅମାୟିକ ସ୍ୱଭାବର ମଣିଷ.
ଆଜି ସେ ଆମ ଗହଣରେ ନାହାନ୍ତି ସତ, ହେଲେ ଚିରଦିନ ବଞ୍ଚିରହିବେ ଚିକିତ୍ସା ଦୁନିଆରେ, ତାଙ୍କ ପ୍ରିୟ ପରିଜନଙ୍କ ହୃଦୟରେ.
ତାଙ୍କର ତିରୋଧାନରେ ‘ଅବି’ ପରିବାର ତାଙ୍କର ପରିବାରର ସମସ୍ତଙ୍କୁ ସମବେଦନା ଜଣେଇବା ସହିତ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି.
ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି’ 🙏🙏
(ଦ୍ଵାଦଶାହ ଉପଲକ୍ଷେ )

Facebook Comments

Leave a Reply

Your email address will not be published. Required fields are marked *