ହାତ ତିଆରି ସାମଗ୍ରୀର ବଢୁଛି ଚାହିଦା : ନିଜ କାରିଗରୀକୁ ନେଇ ନିଆରା ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ପୂଜା

ଭୁବନେଶ୍ୱର / ବାଲେଶ୍ୱର :  ରଚନାତ୍ମକ ଓ ସୃଜନଶୀଳତାର କଳା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଠାରେ କିଛି ନା କିଛି ରହିଥାଏ । ଏହି ପ୍ରତିଭାର ବିକାଶ ପାଇଁ ଆବଶ୍ୟକ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି । ବର୍ତ୍ତମାନର ଆଧୁନିକ ସମାଜରେ ପ୍ରତିଯୋଗିତା ଓ ଶ୍ରେଷ୍ଠତା ମଧ୍ୟରେ ସମସ୍ତେ ଦୌଡ଼ୁଥିବା ବେଳେ କିଛି ଜଣ ନିଜର ସୃଜନଶୀଳତା (CREATIVITY) କଳା ଦ୍ୱାରା ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥାନ୍ତି । ଆସନ୍ତୁ ଜାଣିବା ଏମିତି ଏକ ପ୍ରତିଭା ବିଷୟରେ ।

ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଖୁବ୍ କମ୍ ବୟସରୁ ନିଜର ହସ୍ତଶିଳ୍ପ କଳା (Handmade Craft’s)ରେ ନିପୁଣତା ଲାଭ କରିବା ସହ ପ୍ରସଂଶା ସାଉଁଟିଛନ୍ତି ଅଧ୍ୟାପିକା ପୂଜାରିଣୀ ଦାସ । ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଗ୍ରାମର ବିକ୍ରମଦିତ୍ୟ ଓ ମଞ୍ଜୁଲତା ଦାସଙ୍କ ଜ୍ୟେଷ୍ଠା କନ୍ୟା ପୂଜାରିଣୀ ଦାସ । ପେଶାରେ ଅଧ୍ୟାପିକା ହେଲେ ନିଶା ହସ୍ତଶିଳ୍ପ କଳା |
ପିତା ତାଙ୍କର ପେଶାରେ ବ୍ୟବସାୟୀ ଅଟନ୍ତି । ପୂଜାରିଣୀ ରସାୟନ ବିଜ୍ଞାନ (Chemestry)ରେ ସ୍ନାତକୋତ୍ତର କରିଥିବା ବେଳେ ଶିକ୍ଷାରେ M.ED କରିଛନ୍ତି । ବର୍ତ୍ତମାନ Mayurbhanj college of accountancy and management ରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ।

କିଛି ନିଆରା କରି ଦେଖାଇବାର ଆଗ୍ରହଶକ୍ତି ରୁ PUJA AND PUJA CREATION’S-

ନିଜର ଇଚ୍ଛାଶକ୍ତି ଓ ପିତାଙ୍କ ସହଯୋଗ ସହ ପ୍ରେରଣା ଯୋଗୁଁ ପୂଜାରିଣୀ ନିଜର ପାଠପଢା ସମୟ ପରେ କିଛି ସମୟ ବଳକା ପଡିଲେ,ସେ ଲାଗି ପଡୁଥିଲେ କିଛି ନୂଆ ପ୍ରୟାସ ଓ ହସ୍ତଶିଳ୍ପ ଜନିତ ଜିନିଷ ତିଆରି ପାଈଁ । ୨୦୧୨ ରେ+୨ ବିଜ୍ଞାନ ପଢ଼ିବା ପରେ କିଛି ନୂଆ ଓ ଭିନ୍ନଧରଣର ହସ୍ତଶିଳ୍ପ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି । ବଜାରରେ ମିଳୁଥିବା ବିଭିନ୍ନ ଉପହାର ଓ ଘର ସଜ୍ଜା ଜିନିଷ ଦେଖିଲେ ନିଜେ ମଧ୍ୟ ଏମିତି କରିପାରିବେ ବୋଲି ଚିନ୍ତା କରିଥିଲେ | ପ୍ରଥମେ ୟୁଟ୍ୟୁବ୍ ଦେଖି ପ୍ଲାଷ୍ଟିକ,ପେପର୍ ତୁଳାରୁ କିଛି ଛୋଟ ଛୋଟ ଜିନିଷ ତିଆରି କଲେ । ୨୦୧୫ରେ ସ୍ନାତକୋତ୍ତର ସମୟରେ ହଷ୍ଟେଲରେ ରହୁଥିବା ସମୟରେ ତାଙ୍କର ଦେଖା ହୁଏ ଅର୍ପିତାଙ୍କ ସହ । ଅର୍ପିତା ତାଙ୍କର ଜୁନିୟର୍ ଅଟନ୍ତି । ଧୀରେ ଧୀରେ ଅର୍ପିତା ମଧ୍ୟ ପୂଜାଙ୍କ ଠାରୁ ଏହି ହସ୍ତଶିଳ୍ପ କାର୍ଯ୍ୟ ଶିଖିବାରେ ଲାଗିଲେ | ଆଗ୍ରହ ବଢିବା ସହ ପୂଜନଙ୍କୁ ତାଙ୍କ କାମରେ ମଧ୍ୟ ସାହାଯ୍ୟ କଲେ । ଏହା ସହ ଧୀରେ ଧୀରେ ଯେତେବେଳେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା, ଆସୁଥିବା ସମସ୍ତ ଅର୍ଡରକୁ ମଧ୍ୟ ଦୁହେଁ ମିଶି ବନାଉଥିଲେ । ଏହା ସହିତ ଚିହ୍ନ ପରିଚିତ ଓ ସାଙ୍ଗ ମାନଙ୍କ ଠାରୁ ପ୍ରସଂଶା ମଧ୍ୟ ପାଉଥିଲେ । ନିଜର ପ୍ରତିଭାର ପ୍ରସାର ସହ କିଛି ନୂଆ କରିବାର ପ୍ରେରଣା ଓ ନିଜର ତ୍ରୁଟି ସମ୍ପର୍କରେ ଜାଣିବା ସହ ବହୁ ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ୨୦୧୮ରେ PUJA AND PUJA CREATION’S ନାମକ ଫେସବୁକ୍ ଆକାଉଣ୍ଟ ଖୋଲିଲେ । ମାତ୍ର ଏହି ଆକାଉଣ୍ଟ ଟି କୌଣସି କାରଣରୁ କଟି ଯିବା ଯୋଗୁଁ ୨୦୨୦ ମେ ୪ ତାରିଖରେ ମଧ୍ୟ ସମାନ ଏକ ନାମରେ ଆଉ ଏକ ଆକାଉଣ୍ଟ ଖୋଲିଲେ । ବିନା କାହାର ସାହାଯ୍ୟରେ ପୂଜା ଓ ଅର୍ପିତା ନିଜ ପ୍ରତିଭା ବଳରେ ଆଗକୁ ଚାଲୁଥିବା ସହ ବିଭିନ୍ନ ପୂଜା ପାର୍ବଣ ଓ ଋତୁ ଅନୁଯାୟୀ ନିମନ୍ତ୍ରଣ ପତ୍ର,ରାଖୀ,କଣ୍ଢେଇ ଫୁଲଦାନୀ,ସୁକ୍ଷ୍ମ ଗହଣା ଆଦି ପ୍ରସ୍ତୁତ କରୁଛନ୍ତି । ଏହା ସବୁ ସୁତୁଲି,ଦଉଡି, କାର୍ଡବୋର୍ଡ,ପ୍ଲାଷ୍ଟିକ ବୋତଲରୁ ତିଆରି ହୁଏ । ଏହି ଜିନିଷକୁ ନେଇ ସେ ତାଙ୍କ ଘରେ ସବୁ ତିଆରି କରନ୍ତି।

ଉପହାରରେ ଆପଣାର ମହକ-

ବଜାରରେ ମିଳୁଥିବା ଉପହାର ଓ ଘରସଜ୍ଜା ସାମଗ୍ରୀ ସବୁ ଏକ ପ୍ରକାର ହୋଇଥାଏ | ଏକପ୍ରକାର ବହୁତଗୁଡା ଜିନିଷ ପ୍ରାୟ ସମସ୍ତେ କିଣିଥାନ୍ତି | ହେଲେ ପୂଜା ତିଆରି କରୁଥିବା ଜିନିଷରେ ନିଜର ଏକ ସ୍ବତନ୍ତ୍ର ଚାପ ରହିଥାଏ | ନିଜର କିମ୍ବା ପ୍ରିୟ ପରିଜନଙ୍କ ନାଁ ଲେଖିବା ହେଉ କିମ୍ବା କିଛି ବାର୍ତ୍ତା ହେଉ ଏହା ମାଧ୍ୟମରେ ବହୁତ ସୁନ୍ଦର କରି ଫୁଟାଇଥାନ୍ତି ସେ |

ବର୍ତ୍ତମାନ ପୂଜା ଓ ଅର୍ପିତା ଏହାକୁ ସମ୍ପୂର୍ଣ୍ଣ ବଜାରଭିତିକ କରିନାହାନ୍ତି । ନିଜର ଚିହ୍ନା ଜଣା ସମ୍ପର୍କୀୟ କେହି ଫେସବୁକ୍ ନମ୍ବର ଓ ଠିକଣାରେ ଅର୍ଡର ଦେଲେ ସେ ଜିନିଷ ତିଆରି କରନ୍ତି । ଯେହେତୁ ଏହା ଉପହାର ଓ ଘରସଜ୍ଜା ପାଇଁ ଆକର୍ଷଣୀୟ ଜିନିଷ,ତେଣୁ ପ୍ରାୟତଃ ଯୁବଗୋଷ୍ଠୀ ଓ ସ୍ତ୍ରୀଲୋକମାନେ ଏହି ଜିନିଷ ପସନ୍ଦ କରନ୍ତି । ୧୦ ଟଙ୍କାରେ ଛୋଟିଆ ଉପହାର ଠାରୁ ଆରମ୍ଭ ହୋଇ ୧୦୦୦ଟଙ୍କା ପର୍ଯ୍ୟନ୍ତ ଜିନିଷ ତିଆରି କରନ୍ତି ପୂଜା । ମାତ୍ର ତାଙ୍କର ଲକ୍ଷ୍ୟ ହେଉଛି ଖୁବ୍ କମ୍ ମୂଲ୍ୟରେ ଉତ୍ତମ ଓ ସୁନ୍ଦର ଜିନିଷ ଗ୍ରାହକଙ୍କୁ ଦବା । ଏହି କାର୍ଯ୍ୟରେ ପୂଜାଙ୍କ ମାଆ ଓ ଭଉଣୀ ସାହଯ୍ୟ କରିବା ସହ ତାଙ୍କ ବାପା ମଧ୍ୟ ପ୍ରେରଣା ଦିଅନ୍ତି । ଲୋକମାନଙ୍କ ପାଖେ ସ୍ବଳ୍ପ ମୂଲ୍ୟରେ ଜିନିଷ ପହଞ୍ଚାଇବା ଓ ଉପହାରରେ ଆପଣାର ମହକ ଭରିବା ପୂଜାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ।

Report : Debi prasad Rath

Leave a Reply

Your email address will not be published. Required fields are marked *