ଡିଜିଟାଲ ମାଧ୍ୟମରେ ଆୟୋଜିତ ହେଉଥିବା କଳିଙ୍ଗ ପୁସ୍ତକମେଳାରେ କବିତା ପାଠ ଆସର

ଭୁବନେଶ୍ୱର : 23ତମ କଳିଙ୍ଗ ପୁସ୍ତକମେଳା 2020 (ଡିଜିଟାଲ ସଂସ୍କରଣ)ରେ ଆଜି କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଡିଜିଟାଲ ପ୍ଲାଟଫର୍ମ ଗୁଗୁଲ ଲିଙ୍କ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ସାରସ୍ଵତ କାର୍ଯ୍ୟକ୍ରମରେ ପୁସ୍ତକମେଳା କମିଟିର ବହୁ ସଦସ୍ୟା/ସଦସ୍ୟ ଅଂଶଗ୍ରହଣ କରିଥିଲେ | ଅପରାହ୍ନ 4 ଟାରୁ 5 ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ 15 ରୁ ଉର୍ଦ୍ଧ ପୁସ୍ତକମେଳା କମିଟିର ସଦସ୍ୟା/ସଦସ୍ୟ ସ୍ଵରଚିତ କବିତା ପାଠ କରିଥିଲେ | ମହାପ୍ରଭୁଙ୍କ ମହିମା ଗାନ ଠାରୁ ଆରମ୍ଭ ହୋଇ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ଓ ଓଡିଆ ସଂସ୍କୃତି, ପରମ୍ପରା ଚଳଣି ପର୍ଯ୍ୟନ୍ତ ଟିକିନିକି କଥାକୁ ସୁନ୍ଦର ଭାବେ ଶବ୍ଦ ସଂଯୋଜନାରେ ସଜାଇଥିଲେ କବିମାନେ | ସମ୍ପାଦିକା ରେଣୁକା ମିଶ୍ର ସଦସ୍ୟା/ସଦସ୍ୟ ମାନଙ୍କୁ ସ୍ଵାଗତ କରିଥିବା ବେଳେ ମିଲନ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଚମକଚାନ୍ଦିନୀ ଦାଶ, ନିରୁପମା କର, ଡ଼ ସୁକାନ୍ତି ତ୍ରିପାଠୀ, ପ୍ରଜ୍ଞା ମହାନ୍ତି, ପୂର୍ଣ୍ଣାନନ୍ଦ ମହାନ୍ତି, ରେଣୁବାଳା ଦଳାଇ, ସବିତା ଶତପଥି, ସୁଷମା ଲେଙ୍କା, ମିତାଲି ହୋତା ପ୍ରମୁଖ ଯୋଗ ଦେଇଥିଲେ |

Facebook Comments

Leave a Reply

Your email address will not be published. Required fields are marked *