ପେଟ ପୁରା ଖୁଆଇବାର ଆଗ୍ରହରୁ ଆରମ୍ଭ ହୋଇଥିବା ପେଟ ଫୁଲ୍ ଏବେ ପାଲଟିଛି ଲୋକଙ୍କ ପ୍ରଥମ ପସନ୍ଦ

ଭୁବନେଶ୍ୱର : କରୋନା ମହାମାରୀରେ ସମସ୍ତେ ଜୀବନ ଓ ଜୀବିକା ମଧ୍ୟରେ ସଂଘର୍ଷ କରୁଥିବା ବେଳେ କିଛି ଵ୍ୟକ୍ତି ବିଶେଷ ନିଜର ପ୍ରୟାସ ଓ କିଛି ନିଆରା ପ୍ରଚେଷ୍ଟା ବଳରେ ଏହି ଲକ୍ଡାଉନ୍ ସମୟରେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ମଧ୍ୟ ଦେଇଛନ୍ତି।ମୁଖ୍ୟତଃ ଯୁବପିଢି ନିଜର ରୋଜଗାର ହରାଇ ଘରେ ନ ବସି ନିଜର ନିଆରା ଚିନ୍ତାଧାରା ଦ୍ୱାରା ଆତ୍ମସ୍ଵାବଲମ୍ବୀ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ୩୪ ବର୍ଷୀୟା ଯୁବତୀ କସ୍ତୁରୀ ପଟ୍ଟନାୟକ।ଲକ୍ଡାଉନ୍ ପୂର୍ବରୁ ସେ ସ୍ପିଚ୍ ଥେରାପି ଶିକ୍ଷାଦାନ ଦେଉଥିଲେ।ମାତ୍ର ମହାମାରୀ ଯୋଗୁ ନିଜର ଜୀବିକା ହରାଇ, ନିଜର ଅନନ୍ୟ ଚେଷ୍ଟା ଦ୍ୱାରା ଘରେ ହାତ ତିଆରି ଖାଦ୍ୟ ତିଆରି କରି ହୋମ୍ ଡେଲିଭରି କାର୍ଯ୍ୟ ତାଙ୍କୁ ଆଜି ଆତ୍ମସ୍ଵାବଲମ୍ବୀ କରିପାରିଛି।

ଗ୍ରାହକଙ୍କ ପାଇଁ ପେଟଫୁଲ୍ ଆପ୍-

ଏହି ଲକ୍ଡାଉନ୍ ସମୟରେ ଲୋକମାନେ ଭଲ ଖାଇବାର ସମସ୍ୟାର ସମ୍ମୁଖୀନ ହେଉଥିଲେ।ଏହାକୁ ଦୃଷ୍ଟିରେ ରଖି କସ୍ତୁରୀ ନିଜର ନିଆରା ପ୍ରଚେଷ୍ଟା ଦ୍ୱାରା ଖାଦ୍ୟକୁ ନିଜର ଘରେ ପ୍ରସ୍ତୁତ କରି ହୋମ୍ ଡେଲିଭରିର ବ୍ୟବସ୍ତା କଲେ।ଏହା ସହ ଅନଲାଇନ୍ ଫୁଡ୍ କୁ ଦୃଷ୍ଟିରେ ରଖି ଇଂସ୍ଟାଗ୍ରାମ ଓ ଫେସବୁକରେ “ପେଟଫୁଲ୍ ଆପ୍”ଖୋଲିଲେ।ସକାଳ ହେବା ମାତ୍ରେ ଗ୍ରାହକଙ୍କ ଅର୍ଡର ମୁତାବକ ବଜାରରୁ ମାଛ,ମାଂସ,ପରିବା ଆଣି ଘରେ ରୋଷେଇ କରନ୍ତି ଓ ପରେ ଏହାକୁ ପ୍ୟାକ୍ କରି ନିଜର ସ୍କୁଟିରେ ହୋମ୍ ଡେଲିଭରି କରନ୍ତି।କସ୍ତୁରୀଙ୍କ ଏହି ପ୍ରୟାସ ୫ମାସ ହୋଇଗଲାଣି।ନିଜର ହାତ ତିଆରି ସୁସ୍ୱାଦୁ ବ୍ୟଞ୍ଜନ ଦ୍ୱାରା ଦିନକୁ ପ୍ରାୟ ୪୦ରୁ ଅଧିକ ଅର୍ଡର ଆସୁଛି।ଗ୍ରାହକଙ୍କ ଲଞ୍ଚ୍ ପାଇଁ ସକାଳ ୮ଟା ଭିତରେ ଓ ଡିନର୍ ପାଇଁ ଅପରାହ୍ନ ୪ଟା ମଧ୍ୟରେ ଅର୍ଡର ରଖୁଛନ୍ତି।କିନ୍ତୁ ପ୍ରତିଦିନ ଉଭୟ ଲଞ୍ଚ୍ ଓ ଡିନର୍ ନେଉଥିବା ଗ୍ରାହକଙ୍କ ପାଈଁ କସ୍ତୁରୀ ମାସିକିଆ ପ୍ୟାକେଜ୍ ରଖିଛନ୍ତି।

ଲାଭ ନୁହେଁ ଗ୍ରାହକଙ୍କ ଆତ୍ମସନ୍ତୁଷ୍ଟି ଆବଶ୍ୟକ-କସ୍ତୁରୀ।

ଲକଡାଉନ୍ ସମୟରେ କସ୍ତୁରୀ ଘରେ ଖାଦ୍ୟ ତିଆରି କରି ସାଙ୍ଗ ମାନଙ୍କୁ ଫଟୋ ପଠାଉଥିଲେ ଓ ଅନେକ ପ୍ରସଂଶା ସାଉଁଟୁ ଥିଲେ।ନିଜର ସାଙ୍ଗ ମାନଙ୍କୁ ହାତତିଆରି ଖାଦ୍ୟ ଖୁଆଇଲେ।ସାଙ୍ଗ ମାନଙ୍କ ପ୍ରସଂଶା ଓ ଖାଦ୍ୟ ବହୁତ ସ୍ୱାଦିଷ୍ଟ,ଏହି କଥା ଶୁଣି ସେ ଉତ୍ସାହିତ ହେଲେ।ପ୍ରାରମ୍ଭିକ ସମୟରେ ସେ ଓ ତାଙ୍କ ଭାଇ ମିଶି ହୋମ୍ ଡେଲିଭରି କଲେ।ବିଭିନ୍ନ ଅଞ୍ଚଳ ସମ୍ପର୍କରେ ଅବଗତ ନଥିବାରୁ ଗ୍ରାହକଙ୍କ ଠିକଣା ପାଇବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଲେ।ଅର୍ଡର ବଢିବା ଦ୍ୱାରା ବର୍ତ୍ତମାନ ସେ ଜଣେ କୁକ୍ ଓ ଡେଲିଭରି ବୟେଙ୍କୁ ନିଯୁକ୍ତି କରିଛନ୍ତି।କସ୍ତୁରୀଙ୍କ ମତରେ ସେ ଲାଭ ଚାହାନ୍ତିନି,ଗ୍ରାହକଙ୍କ ପାଖରେ ସୁସ୍ବାଦୁ,ଟେଷ୍ଟି ଖାଦ୍ୟ ପହଁଚିବା ଉପରେ ଗୁରୁତ୍ୱ ଦିଅନ୍ତି।ପରିବାରର ସମ୍ପୂର୍ଣ୍ଣ ସହଯୋଗ ତାଙ୍କ ସହିତ ରହିଛି।ଆଗମୀ ଦିନରେ ମହିଳା ମାନଙ୍କୁ ସୁଯୋଗ ଦେବାରେ ଲକ୍ଷ୍ୟ ରଖିଛନ୍ତି କସ୍ତୁରୀ।

Facebook Comments

Leave a Reply

Your email address will not be published. Required fields are marked *