ବଦଳିଲା ନିୟମ : ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ୍ କଲେ ଏବେ ଶୂନ ବ୍ୟବହାର କରିବାକୁ ହେବ
ନୂଆଦିଲ୍ଲୀ: ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ୍ କରିବାର ପ୍ରକ୍ରିୟାରେ ପରିବର୍ତ୍ତନ କରିଛନ୍ତି ସରକାର। ମେ ୨୯ରେ ଟ୍ରାଇ ଦେଇଥିବା ଏକ ପ୍ରସ୍ତାବକୁ ଦୂରସଞ୍ଚାର ବିଭାଗ ଗ୍ରହଣ କରିଛି। ତେଣୁ ଜାନୁଆରୀ ୧ରୁ ଲ୍ୟାଣ୍ଡଫୋନରୁ ମୋବାଇଲକୁ କଲ୍ କରିବାର ଶୈଳୀରେ ପରିବର୍ତ୍ତନ ହୋଇଛି।
ଜାନୁଆରୀ ୧ରୁ ଏଣିକି ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ୍ କରିବା ବେଳେ ଶୂନ ବ୍ୟବହାର କରିବା ଅନିର୍ବାର୍ଯ୍ୟ। ପୂର୍ବରୁ ଏସଟିଡି କଲ୍ ବେଳେ ଶୂନ ବ୍ୟବହାର କରାଯାଉଥିଲା। ସରକାର ଏଭଳି କରିବା ପଛରେ ମୁଖ୍ୟ କାରଣ ହେଉଛି ବଜାରରେ ନମ୍ୱରର ଅଭାବ।
କଲ୍ କରିବା ପଦ୍ଧତିରେ ଏହି ପରିବର୍ତ୍ତନ ଟେଲିକମ୍ କମ୍ପାନୀଗୁଡ଼ିକୁ ମୋବାଇଲ୍ ସେବା ପାଇଁ ୨୫୪.୪ କୋଟି ଅତିରିକ୍ତ ନମ୍ୱର ତିଆରି କରିବାକୁ ଅନୁମତି ମିଳିବ। ଏହା ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଆଶା ରଖିଛି ଦୂରସଞ୍ଚାର ବିଭାଗ।
Facebook Comments