ଅସୁସ୍ଥ ବିଜୟ ମହାନ୍ତି ଏବଂ ଦୀପା ସାହୁଙ୍କୁ ସହଯୋଗର ହାତ ବଢ଼ାଇ ପୁଣି ମାନବିକତା ଦେଖାଇଲେ ରାନୀ ପଣ୍ଡା

ଭୁବନେଶ୍ବର: ଯାତ୍ରାଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ପୁଣି ନିଜର ମାନବିକତା ଦେଖାଇଛନ୍ତି। ବିଭିନ୍ନ ସମୟରେ ଯାତ୍ରା ପେଣ୍ଡାଲ୍‌ ହେଉ କିମ୍ବା ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡିଥାଆନ୍ତି ରାଣୀ। କିନ୍ତୁ ନିକଟରେ ରାଣୀ ବିବାଦ ନୁହେଁ ବରଂ ଭଲ କାମ କରି ପ୍ରଶଂସା ସାଉଁଟିଛନ୍ତି। ଓଡ଼ିଆ ଫିଲ୍ମ ଜଗତର ମାଇଲ୍‌ ଖୁଣ୍ଟ ବିଜୟ ମହାନ୍ତି ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିତ୍ସାଧୀନ ଅଛନ୍ତି। ସେପଟେ ଓଡ଼ିଆ ଆଲବମ୍‌ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରି ଓଡ଼ିଆ ଚଳଚିତ୍ର ଜଗତରେ ପାଦ ଥାପିଥିବା ଦୀପା ସାହୁ କର୍କଟ ରୋଗରେ ଚିକିତ୍ସାଧୀନ ଅଛନ୍ତି।
ବିଜୟ ମହାନ୍ତି ଏବଂ ଦୀପା ସାହୁ ଏହି ଦୁଇ କଳାକାରଙ୍କ ଅସୁସ୍ଥ ଖବର ପୁରା ଓଡ଼ିଆ ଫିଲ୍ମ ଜଗତରେ ଆଲୋଡନ ସୃଷ୍ଟି କରିଛି। ଏଥିସହିତ ବିଜ​‌ୟ ମହାନ୍ତିଙ୍କ ଅସୁସ୍ଥତା ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଦୀପାଙ୍କ ପ୍ରଶଂସକମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହି ସମୟରେ ରାଣୀ ନିଜର ମହାନତା ଦେଖାଇଛନ୍ତି।
ରାଣୀ କହିଛନ୍ତି, ଓଡ଼ିଆ ଫିଲ୍ମ ଜଗତରେ ଗଡ୍‌ ଫାଦର ହେଉଛନ୍ତି ବିଜୟ ମହାନ୍ତି। ତାଙ୍କର ଆରୋଗ୍ୟ କାମନା କରି ରାଣୀ କହିଛନ୍ତି, ମୁଁ ଭଗବାନ ନିକଟରେ ଏତିକି ପ୍ରାର୍ଥନା କରୁଛି, ଏହି ଦୁଇ କଳାକାର ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ। ବିଜୟ ମହାନ୍ତିଙ୍କୁ ରାଣୀ ନିଜର ଆଦର୍ଶ ବୋଲି ମାନନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୨ କଳାକାରଙ୍କୁ ରାଣୀ ଦେଖା କରିଛନ୍ତି। ଏହାସହ ରାଣୀ ନିଜର ସାମର୍ଥ୍ୟ ଅନୁସାରେ ବିଜୟ ମହାନ୍ତି ଏବଂ ଦୀପା ସାହୁଙ୍କୁ ସାହାଯ୍ୟ କରିଛନ୍ତି। ରାଣୀ ଆହୁରି ମଧ୍ୟ କହିଛନ୍ତି, ଏଭଳି ସମୟରେ ୨ କଳାକାରଙ୍କୁ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ଏହାସହ ବିଜୟ ମହାନ୍ତି ଏବଂ ଦୀପା ସାହୁଙ୍କୁ ଦେଖା କରିବାକୁ ଆସୁଥିବା ସମସ୍ତ କଳାକାରଙ୍କୁ ରାଣୀ ଧନ୍ୟବାଦ ଜଣାଇଛନ୍ତି। କିଛି ଦିନ ତଳେ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ରାଣୀ ୫୦ ହଜାର ଟଙ୍କା ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *